ଆଜି ଶିମିଳିପାଳ ବନ୍ଦ, ଜାଣନ୍ତୁ କାହିଁକି ?

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି । ତେଣୁ ସମସ୍ତ ପରିଦର୍ଶକ ତଥା ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଆସନ୍ତା ବୁଧବାର ବନ୍ଦ ରହିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନକ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପରିଦର୍ଶକ କିମ୍ବା ପର୍ଯ୍ୟଟକଙ୍କର କୌଣସି ଯାନର ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ଅନୁମତି ଦିଆଯିବ ନାହିଁ । ପ୍ରକାଶ ଯେ, ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଏଥିପାଇଁ ଚଳିତ ବର୍ଷ ଗତ ୧୮ ତାରିଖଠାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଥିଲା ।

Similipal
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+