ଜଳମଗ୍ନ ସିଲଭର ସିଟି କଟକ, ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁବାସ ସିଂ

Odisha Flood 2022:ଜଳମଗ୍ନ ସିଲଭର ସିଟି କଟକ, ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁବାସ ସିଂ .Silver City Cuttack Under Flood Waters , Situation Monitored By Mayor Subhash Singh

କଟକ: ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାର ସ୍ଥିତି ଏବେ ବେହାଲ । କଟକ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ଆଜି ସକାଳୁ ମେୟର ସୁବାସ ସିଂ ବିଭିନ୍ନ ସ୍ଥାନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ବର୍ଷାରେ କଟକର ବିଭିନ୍ନ ଜଳ ନିଷ୍କାସନ ପଏଣ୍ଟ ବୁଲି ଦେଖିଛନ୍ତି ସୁବାସ ସିଂ ।

cuttack

ପ୍ରବଳ ବର୍ଷା ଯୋଗୁଁ କଟକରେ ଜଳ ନିଷ୍କାସନ ପଏଣ୍ଟ ଗୁଡିକୁ ଠିକ୍ ଭାବେ କାର୍ଯ୍ୟ କରୁନାହିଁ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏହି ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ମେୟର ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏହା ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ମଧ୍ୟ ଲକ୍ଷ୍ୟ ରଖିଛି କଟକ ମହାନଗର ନିଗମ ।

ସେହିଭଳି ମା' ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ବନ୍ୟାଜଳ । ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+