ରାଜ୍ୟରେ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍, ଭଦ୍ରକ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା
Odisha News: ଓଡ଼ିଶାରେ ଖୋଲିବା ପାଇଁ ଯାଉଛି RIR ପାୱର୍ ଇଲୋଟ୍ରୋନିକ୍ । ଖୋର୍ଦ୍ଧା ଇନଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ଏହି କମ୍ପାନୀ । ଯେଉଁଥିପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଶହ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ । ଏଠାରେ ସିଲିକନ କାର୍ବାଇଡ ସହ ସେମିକଣ୍ତକ୍ଟର ଉତ୍ପାଦନ ହେବ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ହବ୍ କରିବା ପାଇଁ ଲକ୍ଷ ରଖାଯାଇଛି । ଏପରିକି ଓଡିଶାରେ ବାହାର ଶିଳ୍ପଙ୍କୁ ମଧ୍ୟ ସୁଯୋଗ ଦିଆଯିବ ।

ସେହିପରି ଭଦ୍ରକରେ ହେବ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ହେଉଥିବା ନେଇ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ବିଧାନସଭାରେ ସେ କହିଛନ୍ତି, ପାରାଦୀପରେ ଏକ ମେଗା ଫିଡ କ୍ରାକର ପ୍ଲାଣ୍ଟ ହେବ ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । IOCL ସହ ମିଳିତ ଭାବେ ଏହି କାର୍ଯ୍ୟ କରାଯିବ । ସେହିପରି ରାଜ୍ୟରେ ଅଧିକ MSME ପାର୍କ ଯାହା ନିଯୁକ୍ତି ସୁଯୋଗ ବଢାଇବ ବୋଲି କହିଛନ୍ତି ମନ୍ତ୍ରୀ ।












Click it and Unblock the Notifications