Silicon Power Group to Invest Rs 1000 Crore: ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ

US based Silicon Power Group: ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଟ୍ ପ୍ଲାଣ୍ଟ । ଓଡ଼ିଶାରେ ଫିଟିବ ସେମିକଣ୍ତକ୍ଟର ନିର୍ମାଣ ବାଟ । ସିଲିକନ ଗ୍ରୁପ୍ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ ପାୱାର ଗ୍ରୁପ । ସିଲିକନ୍ ପାୱାର୍ ଗ୍ରୁପ୍ ୧ ହଜାର କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ୧୫୦ ମିମି ସିଲିକନ୍ କାର୍ବାଇଡ ଉତ୍ପାଦନ ସୁବିଧା ଖୋଲିବା ପାଇଁ ସ୍ଥିର ହୋଇଛି । ଏହି ଗ୍ରୁପର ଭାରତୀୟ ସହାୟକ କମ୍ପାନୀ ରିଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଦ୍ୱାରା ବିନିଯୋଗ ହେବ ।

Silicon Power Group

ପ୍ରାୟ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କାର୍ବାଇଟ୍ ପ୍ଲାଣ୍ଟ । ସିଲିକନ ଗ୍ରୁପ ସହ ଏହି ଯୋଜନା ନେଇ ଆଲୋଚନା କରିଛନ୍ତି ରାଜ୍ୟ ସରକାର ଏବଂ ଖୁବ ଶୀଘ୍ର ଓଡ଼ିଶା ଆସିବେ ସିଲିକନ ପାୱାରର ଏକ ଟିମ୍ । ଏହି ଗ୍ରୁପର ପ୍ରମୋଟର ଏବଂ ୪୦ ନେତୃତ୍ୱ ଅଭିଜ୍ଞତା ଥିବା ଡକ୍ଟର ହର୍ଷ ମେହେତା ଚିଠି ଲେଖି ଅବଗତ କରାଯାଇଛନ୍ତି ଯେ ଏ ପ୍ରକଳ୍ପ ବିଷୟରେ ଅଧିକ ଆଲୋଚନା କରିବା ପାଇଁ ଖୁବ ଶୀଘ୍ର 5T ସଚିବଙ୍କ ସମେତ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆଇଟି ସଚିବ ମନୋଜ ମିଶ୍ର ଆମେରିକା ଗସ୍ତରେ ଯାଇଛନ୍ତି ।

ଏହି କମ୍ପାନିର ଆରମ୍ଭ ଡକ୍ଟର ହର୍ଷ ମେହେତାଙ୍କ ଦ୍ୱାରା 1994ରେ ହୋଇଥିଲା ଯାହାର ହେଡକ୍ୱାଟର ଆମେରିକାରେ ରହିଛି । ସିଲିକନ୍ ପାୱାର ହେଉଛି ଏକ ଉଚ୍ଚ ବୈଷୟିକ ବିକାଶକାରୀ ଏବଂ ଉଚ୍ଚ-ଶକ୍ତି ସେମିକଣ୍ଡକ୍ଟର ଉପକରଣ ଏବଂ ଉପଯୋଗୀ-ପ୍ରଯୁଜ୍ୟ ସିଷ୍ଟମର ଡିଜାଇନ୍, ବିକାଶ, ଉତ୍ପାଦନ ଏବଂ ପରୀକ୍ଷଣରେ ଏକ ପ୍ରମୁଖ ଟେକ୍ନୋଲୋଜି ବିକାଶକାରୀ ଏବଂ ସମାଧାନ ପ୍ରଦାନକାରୀ । ଓଡ଼ିଶାରେ ଏହା ପ୍ରଥମ । ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକାଶ ପାଇଁ ଓଡିଶା ସରକାର ଯେଉଁ ପ୍ରୟାସ କରିଛନ୍ତି ତାହା ଏହାର ପ୍ରମାଣ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+