ନିରବ ବିପ୍ଳବ: ୯୪ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛି ଭାରତ

ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୧୫ରେ ସାମାଜିକ ସୁରକ୍ଷା ବିସ୍ତାର ମାତ୍ର ୧୯ ପ୍ରତିଶତ ଥିବା ବେଳେ ଏହା ୨୦୨୫ରେ ୬୪.୩%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୯୪ କୋଟି ୩୦ ଲକ୍ଷ ଲୋକ ଅତିକମରେ ଗୋଟିଏ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ମଧ୍ୟ ଭାରତର ଏହି ଅଭୂତପୂର୍ବ ସଫଳତାକୁ ଉଚ୍ଚ ପ୍ରଶଂସା କରିଛି।

ଗତ ୧୦ ବର୍ଷ ମଧ୍ୟରେ ଭାରତ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଯାହାକି ବିଶ୍ୱସ୍ତରରେ ଏକ ଉଲ୍ଲେଖନୀୟ ବିସ୍ତାର। ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଚୀନ ପରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି ।

ଅନ୍ତର୍ଜାତୀୟ ଶ୍ରମ ସଂଗଠନର ପରିଭାଷା ଅନୁଯାୟୀ, କୌଣସି ସମାଜ ଏହାର ନାଗରିକ ଓ ପରିବାରକୁ ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ଏବଂ ଆୟ ସୁରକ୍ଷା ଗ୍ୟାରେଣ୍ଟିକୁ ସାମାଜିକ ସୁରକ୍ଷା କୁହାଯାଏ। ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସାମାଜିକ ସୁରକ୍ଷା ଅଧୀନରେ ଆସିଥାଏ। ଭାରତରେ ମନରେଗା, ଇପିଏଫଓ, ଇଏସଆଇସି, ଅଟଳ ପେନସନ ଯୋଜନା, ପିଏମ ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନା ଜରିଆରେ ନାଗରିକଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଲାଭ ପ୍ରଦାନ କରାଯାଉଛି।

India is providing social security to 94 cr people

ଭାରତରେ ୫୦ କୋଟିରୁ ଅଧିକ ଶ୍ରମିକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଅସଂଗଠିତ କ୍ଷେତ୍ରରେ କାମ କରନ୍ତି। ସେମାନଙ୍କ ହିତରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ନୂତନ ଭାରତର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସଂହିତା ପ୍ରଣୟନ କରାଯାଇଛି। ଡିଜିଟାଲ ଓ ଆର୍ଥିକ ଆଧାର ନିର୍ମାଣ ପାଇଁ ମଧ୍ୟ ଅନେକ ଯୋଜନା ପ୍ରଣୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ସେବାରୁ ବଞ୍ଚିତ ୫୫.୬୪ କୋଟି ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ୧୪୨ କୋଟି ଆଧାର କାର୍ଡ ଏକକ ଡିଜିଟାଲ ପରିଚୟ ବ୍ୟବସ୍ଥା ଯୋଗାଇ ଦେବା ସହିତ ଠିକ୍‌ ଲୋକଙ୍କ ପାଖରେ ସରକାରୀ ଯୋଜନାର ସଠିକ୍‌ ଲାଭ ପହଞ୍ଚାଉଛି। ଡିବିଟି ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚି ପାରୁଛି । ଏହାଦ୍ୱାରା ୩.୪୮ ଲକ୍ଷ କୋଟି ଟଙ୍କା ସରକାରୀ ଅର୍ଥ ସଞ୍ଚୟ ହୋଇପାରୁଛି। ୨୦୨୫ ସୁଦ୍ଧା ଦେଶର ୯୯.୬ ପ୍ରତିଶତ ଭାଗରେ 5-ଜି ସେବା ପହଞ୍ଚିଛି । ଇଣ୍ଟରନେଟ୍‌ ଡାଟା ଦର ଗତ ଏକ ଦଶନ୍ଧି ମଧ୍ୟରେ ପ୍ରତି ଜିବି ପିଛା ୩୦୮ ଟଙ୍କାରୁ ୯.୩୪ ଟଙ୍କାରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କମ ଆୟ ବର୍ଗର ନାଗରିକଙ୍କୁ ଦୁର୍ଘଟଣା ବୀମା ଯୋଗାଇ ଦେଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୧.୬ କୋଟି ଲୋକ ସାମିଲ ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ବାର୍ଷିକ ୨ ଲକ୍ଷ ଟଙ୍କାର ନବୀକରଣଯୋଗ୍ୟ ଜୀବନ ବୀମା ଯୋଗାଇ ଦେଉଛି ତାହା ପୁଣି ବାର୍ଷିକ ମାତ୍ର ୪୩୬ ଟଙ୍କାର ପ୍ରିମିୟମରେ । ମେ ୨୦୨୫ ସୁଦ୍ଧା ଏହି ଯୋଜନାରେ ୨୩ କୋଟି ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩ହଜାର ଟଙ୍କାର ପେନସନ ଯୋଗାଇ ଦେବାକୁ ଉଦ୍ଧିଷ୍ଟ। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ କୋଟି ୩୫ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓରେ ୧୯.୧୪ ଲକ୍ଷ ନୂଆ ପଞ୍ଜିକରଣ ସହିତ ମୋଟ୍‌ ସଦସ୍ୟଙ୍କ ସଂଖ୍ୟା ୧.୨୯ କୋଟିକୁ ବୃଦ୍ଧି ପାଉଛି।

ଲକ୍ଷପତି ଦିଦି ଯୋଜନାରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ପିଏମ ଉଜ୍ଜ୍ୱଳା ଯୋଜନାରେ ୧୦.୩୩ କୋଟି ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟି ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ୯୨.୭୨ ଲକ୍ଷ ଆବାସ ଯୋଗାଇ ଦିଆଯାଇଥିବା ବେଳେ ଏଥିମଧ୍ୟରୁ ୯୦ ଲକ୍ଷ ବାସଗୃହର ମାଲିକ ମହିଳା। ପିଏମ ଗ୍ରାମୀଣ ଆବାସ ଯୋଜନାରେ ୨.୭୭ କୋଟି ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୦% ବାସଗୃହ ଏସସି,ଏସଟି ଏବଂ ୨୫.୨୯% ମହିଳା ହିତାଧିକାରୀ ଅଛନ୍ତି ।

ଇ-ଶ୍ରମ ପୋର୍ଟାଲରେ ୫୩.୭୭% ମହିଳା ଶ୍ରମିକଙ୍କ ସମେତ ୩୦.୯୧ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଅଟଳ ପେନସନ ଯୋଜନାରେ ଅସଂଗଠିତ ଶ୍ରମ କ୍ଷେତ୍ରର ୭.୨୫ କୋଟି ହିତାଧିକାରୀ ପଞ୍ଜୀକରଣ କରିଥିବା ବେଳେ ୪୩ ହଜାର ୩୭୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ସୃଷ୍ଟି କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨୩.୭ ଲକ୍ଷରୁ ଅଧିକ କାରିଗର ଆର୍ଥିକ ପ୍ରୋତ୍ସାହନ ରାଶି ଏବଂ ଟୁଲକିଟ୍‌ ପାଇଛନ୍ତି ।

ଏବେ ସୁଦ୍ଧା ୪୧.୨୯ କୋଟି ଆୟୁଷ୍ମାନ କାର୍ଡ ଜାରି କରାଯାଇଛି ଯାହା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟବୀମା ମିଳିପାରୁଛି। ସାରା ଦେଶରେ ୩୨ ହଜାରରୁ ଅଧିକ ହସ୍ପିଟାଲ ଏଥିରେ ପଞ୍ଜିକୃତ ହୋଇଛନ୍ତି। ୭୭ କୋଟି ନାଗରିକଙ୍କର ଆୟୁଷ୍ମାନ ଭାରତ ଡିଜିଟାଲ ଆକାଉଣ୍ଟ ଖୋଲାଯାଇ ସେଥିରେ ସେମାନଙ୍କର ସ୍ୱାସ୍ଥ୍ୟ ସଂକ୍ରାନ୍ତ ତଥ୍ୟ ରେକର୍ଡ ରଖାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ୬୭ ଲକ୍ଷରୁ ଅଧିକ ଲୋକ ମାଗଣାରେ ଖାଦ୍ୟଶସ୍ୟ ପାଇପାରୁଛନ୍ତି । ଦିବ୍ୟାଙ୍ଗଜନ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+