Sikkim CM: ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ଶ୍ରୀମନ୍ଦିର ଭିତର ଫଟୋ
ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ। ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ଏହି ସମୟରେ ଭିତର ବେଢାରେ ଫଟୋ ଉତ୍ତୋଳନ କରି ଏହାକୁ ନିଜ ସୋସିଆଲ୍ ମିଡିଆ ଫେସବୁକରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।ଏହି ଫଟୋଟି ଶ୍ରୀମନ୍ଦିର ଭିତର ବେଢାରେ ଥିବା ପାର୍ଶ୍ବ ଦେବଦେବୀଙ୍କ ମନ୍ଦିର ନିକଟର ବୋଲି ଜଣାପଡୁଛି ।
ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପରେ ଏହି ଫଟୋଟିକୁ ଡିଲିଟ୍ କରିଦିଆଯାଇଛି । ଫେସବୁକ୍ ପୋଷ୍ଟରେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଲେଖାଯାଇଛି, ପବିତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମୁଁ ଧନ୍ୟ ଅନୁଭବ କଲି । ଯାହା ଶାନ୍ତି ଭକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ବିକିରଣ କରୁଥିବା ଏକ ଭବ୍ୟସ୍ଥଳ ବୋଲି ଲେଖା ଯାଇଥିଲା । ତେବେ ଶ୍ରୀମନ୍ଦିର ଭିତରେ ଫଟୋ ଉଠାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀମନ୍ଦିର ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟେ।ତି ପରିଡା, ଏସପି ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।












Click it and Unblock the Notifications