ସାପ କାମୁଡ଼ାରେ ଭାଇଭଉଣୀ ମୃତ ; ଝଡ଼ାଫୁଙ୍କା ପରେ ନେଲେ ମେଡିକାଲ୍, ମୃତ ଘୋଷଣା କଲେ ଡାକ୍ତର

ଅନ୍ଧବିଶ୍ବାସର କରୁଣ ପରିଣତି । ସାପ କାମୁଡ଼ିବା ପରେ ମେଡିକାଲ ନଯାଇ ଗୁଣିଆ ପାଖକୁ ଗଲେ । ଆଉ ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଚିକିତ୍ସାରେ ବିଳମ୍ବତା ଯୋଗୁଁ ଚାଲିଗଲା ୨ନୀରିହ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ଭାଇ ଋତୁରଜ ହରିଜନ ଏବଂ ଭଉଣୀ ଅମିତା ହରିଜନ ।

snake

ପରିବାରର ୬ଜଣ ସଦସ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ ଭାଇଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନନେଇ ଗୁଣିଆ ପାଖକୁ ନେଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଉମରକୋଟ ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଚିକିତ୍ସାରେ ବିଳମ୍ବତା ଯୋଗୁଁ ଅକାଳରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ। ସଚେତନତା ଅଭାଵରୁ ଆଜି ବି ଲୋକେ ମେଡିକାଲ ଉପରେ ଭରସା ନକରି ଗୁଣି ଗାରେଡି ଉପରେ ଭରସା କରୁଛନ୍ତି । ସେପଟେ ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକତା ରହିଛି କହିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+