SI ନିଯୁକ୍ତି: ବୟସସୀମା ୩ ବର୍ଷ କୋହଳ କଲେ ସରକାର
SI ନିଯୁକ୍ତି ପାଇଁ କୋହଳ ହେଲା ବୟସ ସୀମା। ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ବୟସ ସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ହେଲେ ଏହି କୋହଳ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ହଁ ଆଜ୍ଞା SI ନିଯୁକ୍ତି ପାଇଁ ବୟସସୀମା ୩ ବର୍ଷ କୋହଳ କଲେ ସରକାର। ହାଇକୋର୍ଟରେ ଓଡ଼ିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ମାମଲା। ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ସରକାର।
ଏନେଇ ହାଇକୋର୍ଟଙ୍କୁ AG ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ।

୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ ୯୩୩ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ଓଡିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ। ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ରହିଥିଲା । ହେଲେ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀ ହାଇକୋର୍ଟରେ ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ ।












Click it and Unblock the Notifications