ଏସଆଇ ନିଯୁକ୍ତି କେଳେଙ୍କାରୀ, ବିଜେଡିକୁ ମୁହେଁ ମୁହେଁ ଶୁଣାଇ ଦେଲା ବିଜେପି

ଏସଆଇ ନିଯୁକ୍ତି କେଳେଙ୍କାରୀରେ ସିବିଆଇ ତଦନ୍ତ ଦାବି କରିଛି ବିଜେଡି । ଏହାନହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ଦାବି ଦଳ ଆସନ୍ତା ସୋମବାର ଦିନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ସେପଟେ ବିଜେଡିକୁ କଡା ଜବାବ ଦେଇଛି ବିଜେପି । ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର କହିଛି ବିଜେପି ।

bjp

ଅତୀତରେ ଯାହାର ସରକାର ଥିଲା ନବୀନ ପଟନାୟକ ମୁଖ୍ୟ ଥିଲେ, ତାଙ୍କର ଚରବର ମାନେ ତୃତୀୟ ମହଲାରୁ ସୁପାରୀ ନେଇ ସାର୍ଟଫିକେଟ ବିକ୍ରି କରିଛନ୍ତି ଆଉ ଚାକିରୀ ବିକ୍ରି କରିଥିଲେ । ସେମାନେ ଆସିକି କହୁଛନ୍ତି ଆମେ ନ୍ୟାୟ ଦେବୁ । ସେମାନେ ଏଭଳି ବ୍ୟବସ୍ଥା କରିଛନ୍ତି ତାକୁ ଧୂଳିସାତ କରିକି ଯୁବ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମ କରୁଛନ୍ତି ।

ଏତେ ବଡ଼ କ୍ରାଇମ୍ କୁ ଓଡିଶା ପୋଲିସ ଧରିବା ସରକାରଙ୍କ ସଫଳତା । କାହାକୁ ବି କ୍ରାଇମବ୍ରାଞ୍ଚ ଛାଡିବ ନାହିଁ । ଏହା ବିଜେଡି ବେଳର କ୍ରାଇମବ୍ରାଞ୍ଚ ନୁହେଁ, ବିଜେଡିର ଆନ୍ଦୋଳନ ଉପାୟ ପୁରୁଣା । ଯେଉଁମାନେ ଡକାୟତି କରିଥାନ୍ତି ସେମାନେ ବି ସେଇ ଆନ୍ଦୋଳନରେ ବୁଲୁଥାନ୍ତି । ଏ ରାକେଟ ୨୪ ବର୍ଷ ଧରି ଚାଲିଥିଲା, ମଞ୍ଜି ବହୁତ ତଳେ ଅଛି । ପାତାଳରୁ ବି ମଞ୍ଜି ବାହାର କରିବୁ, ଦୋଷୀ ଯିଏ ବି ହେଉ ଯେଉଁ ପଦବୀରେ ଥାଉ ଜେଲ ଯିବ ବୋଲି ବିଜେପି କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+