ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ମାରାଥନ୍‌ ଜେରା, ଆଉ ୧୦ ଜଣଙ୍କୁ ସମନ

ଭୁବନେଶ୍ବର: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କରିଛି। ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ପରୀକ୍ଷାର୍ଥୀମାନେ ପହଞ୍ଚିବା ପରେ ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍‌ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ। ଆସନ୍ତାକାଲି ଅନ୍ୟମାନେ ସିବିଆଇରେ ହାଜର ହେବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ପ୍ରକାଶଥାଉକି, ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା। ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା। ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ। ଏହି ଅପରାଧ ସିଣ୍ଡିକେଟ୍‌ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା।

SI recruitment CBI marathon test for 4 candidates

ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ। ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା। ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା। ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ। ଅକ୍ଟୋବର ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍‌ରେ ବିଜୟନଗରମ୍‌କୁ ନିଆଯାଇଥିଲା। ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍‌ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପରେ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇ ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+