SI ପରୀକ୍ଷା କେଳେଙ୍କାରୀ ମାମଲା,114 ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା । 114 ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । 50 ହଜାର ଟଙ୍କା ବେଲ୍ ବଣ୍ଡ ଓ 2ଜଣ ଜାମିନଦାରଙ୍କ ସର୍ତ୍ତରେ ଜାମିନ ଦିଆଯାଇଛି । ଜାମିନ ପାଇବା ପରେ ସେମାନେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଥାନାରେ ଯାଇ ହାଜିରା ଦେବେ ଓ ପୋଲିସ/କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି କୋର୍ଟ । 114 ଜଣ ପରୀକ୍ଷାର୍ଥିଙ୍କ ପାଇ 40ରୁ ଉର୍ଦ୍ଧ୍ବ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ ଜଣଙ୍କୁ ଜାମିନ ମିଳିନାହିଁ ।

ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି ।
ପୋଲିସ SI ଚାକିରି କେଳେଙ୍କାରୀ ମାମଲାରେ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚର ରେଡ୍ ହୋଇଥିଲା । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ । ଗୋଳନ୍ତରା ଥାନା 114ଜଣଙ୍କୁ ଗିରଫ କରିଥିବା ଚାକିରି ଆଶାୟୀଙ୍କ ଲିଷ୍ଟ୍ ଧରି ବଣିକ୍ ରେ ରେଡ୍ ମାରିଛି କ୍ରାଇମବ୍ରାଞ୍ଚ । ବଣିକ୍ HR ର ଲାପଟପ୍ ଯାଞ୍ଚ କରିବା ସହ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାସହ 5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ୍ ମଧ୍ୟ ଖୋଜାଯାଇ ତଦନ୍ତ କରାଯାଇଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications