Shulia jatra: ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ
ଆଜି ପ୍ରସିଦ୍ଧ ଶୁଲିଆଯାତ୍ରା । ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ଶୁଲିଆ ପୀଠ । ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିଛନ୍ତି । ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ।
ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠରେ ପହଞ୍ଚିଥିଲେ। ଏଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟାରେ ବଳି ଦିଆଯାଇଥିଲା । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁଲିଆ ପୀଠରେ ଏକାଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

କିମ୍ବଦନ୍ତୀ ଅନୁସାରେ ବୈଦିକ ଶୁଲ୍ଗବ ଯଜ୍ଞ ପରବର୍ତ୍ତୀକାଳରେ ଶୁଲିଆଯାତ୍ରାରେ ରୂପାନ୍ତରିତ ହୋଇଛି। ଏହି ଯଜ୍ଞରେ ହୋମକୁଣ୍ଡ ବା ଖାଲରେ ବିଭିନ୍ନ ବଳି ପଶୁଙ୍କ ମାଂସ ଆହୂତି ଦିଆଯାଉଥିବା ଶୁଣାଯାଏ। ବନଚାରୀ ମୁନିଋଷିଙ୍କଠାରୁ ପରମ୍ପରା ସୂତ୍ରରେ ଏହାକୁ ପରେ ଜନଜାତୀୟ ଲୋକମାନେ ଗ୍ରହଣ କରିନେଇଥିବା ଅନୁମାନ କରଯାଏ। ଅନ୍ୟଏକ ଜନଶ୍ରୁତି ଅନୁସାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ପରେ ପରେ ଏହି କ୍ଷେତ୍ରକୁ କାଳମୁଖ, କାପାଳିକ, ଭୈରବ, ରୁଦ୍ରଶୈବ, ଶୂନ୍ୟଶୈବ ଆଦି ସଂପ୍ରଦାୟର ସାଧକମାନେ ଶୈବଧର୍ମର ସଂସ୍ଥାପନ ପାଇଁ ଆଗମନ କରିଥିବା ଜଣାଯାଏ । ଏମାନଙ୍କ ମଧ୍ୟରୁ ରୁଦ୍ରଶୈବ ସନ୍ୟାସୀ ଶୁଲିଆ ଡଙ୍ଗରରେ ମହାରୁଦ୍ର ଯଜ୍ଞ କରି ଶୁଲିଆଙ୍କଠାରେ ଏକ ସହସ୍ର ପୋଢ଼ (ମଇଁଷି) ବଳି ଦେଇଥିବା ଲୋକମୁଖରୁ ଶୁଣାଯାଏ ।
ଶୁଲିଆଯାତ୍ରାରେ ବିଭିନ୍ନ ସ୍ଥାନରେ ଗଢିଉଠୁଥିବା ନୂଆଖଲା ଗୁଡିକରେ ପ୍ରବଳ ବଳି ପଡେ । ୨୦୦୫ ମସିହାରେ ଶୁଲିଆ ବୁଢ଼ାଙ୍କ ମୁଖ୍ୟ ପୂଜକ ଓ ଶୁଲିଆ ବୁଢ଼ାଟ୍ରଷ୍ଟର ଅଧ୍ୟକ୍ଷ ବିରଞ୍ଚିନାରାୟଣ କଅଁର ଶୁଲିଆଯାତ୍ରା ପୂର୍ବଦିନ ବଳିନଦେବାକୁ ମନସ୍ଥ କରୁଥିଲେ । ମାତ୍ର ୨୦୧୧ ମସିହାରୁ ଆଦିବାସୀ ସମାଜର ହସ୍ତକ୍ଷେପ ଯୋଗୁଁ ବିରଞ୍ଚିନାରାୟଣ ପୁଣି ବଳି ଦେବାକୁ ସ୍ଥିର କରିଥିବାରୁ ଏହାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି












Click it and Unblock the Notifications