Get Updates
Get notified of breaking news, exclusive insights, and must-see stories!

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଗଣତିମଣତି ଏସ୍ଓପିକୁ ମିଳିପାରେ ମଞ୍ଜୁରି

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ଏସ୍ଓପିକୁ ମଞ୍ଜୁରି ମିଳିପାରେ ।

Shrimandi s

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନିମନ୍ତେ ପ୍ରସ୍ତୁତ ହୋଇଥିବା ଏସଓପି ବା ଚିଠା ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା ହେବ। ରତ୍ନ ଅଳଙ୍କାର କିଭଳି ଭାବେ ଗଣତି କରାଯିବ ଏବଂ କେଉଁ ସମୟରେ ଏହି କାର୍ଯ୍ୟ କରାଯିବ ସେନେଇ ଆଲୋଚନା ହେବାକୁ ଥିବା ବେଳେ ଠାକୁରଙ୍କ ନୀତି କାନ୍ତି ରେ ଯେଭଳି କୌଣସି ପ୍ରଭାବ ନପଡିବ ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯିବ।

ସେହିପରି ପୂର୍ବରୁ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ଉପରେ ମଧ୍ୟ ଆଲୋଚନା କରାଯିବ। ଏଥିସହ ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କିଭଳି ଏବଂ କେବେଠାରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା ହେବ। ଅନ୍ୟାନ୍ୟ ପ୍ରସଙ୍ଗ ନେଇ ସଭାପତିଙ୍କ ଅନୁମୋଦନ କ୍ରମେ ବୈଠକରେ ଆଲୋଚନା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+