ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆଜିଠୁ ଦେବେ ନିମନ୍ତ୍ରଣ
ପୁରୀ: ଆସନ୍ତା ଜାନୁଆରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜିଠୁ ଦେବେ ନିମନ୍ତ୍ରଣ ।
ଦେଶର ବିଭିନ୍ନ ମନ୍ଦିର ସହ ୪ ଧାମ ଏବଂ ୧୨ଟି ଜ୍ୟୋତିଲିଙ୍ଗ ଏବଂ ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାଇ ନିମନ୍ତ୍ରଣ କରିବେ ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀ । ଏହା ପୂର୍ବରୁ ପ୍ରଥମେ ଶ୍ରୀଜିଉଙ୍କୁ କରାଯାଇଥିଲା ନିମନ୍ତ୍ରଣ ।

ଆଜି ସକାଳ ୮.୩୦ ମିନିଟରୁ ପୁରୀ ଦେଶ ଏବଂ ବିଦେଶରେ ଥିବା ବିଭିନ୍ନ ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ ପତ୍ର ନିଆଯାଇଛି । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଏବଂ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା ଆରମ୍ଭ କରିବେ ସେବାୟତ ଓ ଅଧିକାରୀ । ସେହିପରି ପରିଚାଳନା କମିଟି ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications