ଆକ୍ସନ ମୁଡ଼ରେ ଶ୍ରୀମନ୍ଦିର ପ୍ରଶାସନ, ୧୯ଟି ଖଣି ଲିଜଧାରୀଙ୍କୁ ସୋ କଜ୍ ନୋଟିସ

ଖଣି ଲିଜଧାରୀଙ୍କୁ ସୋ କଜ୍ ନୋଟିସ । ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ । ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Arvind Padhee

ରୟାଲଟି, ଆନୁସଙ୍ଘିକ ଦେୟ, ଅଧିକ ଉତ୍ତୋଳନ ପାଇଁ ଜରିମାନା ଦେବାକୁ ପଡ଼ିବ । ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଖଣି ଖଜଣା ଦେଉନଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମହାପ୍ରଭୁଙ୍କ ଖଣିରୁ ୨୧ କୋଟି ଲୁଟ ପ୍ରସଙ୍ଗରେ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତି ଚିନ୍ତା କରିନାହାନ୍ତି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ ୫୮ ହଜାର ଏକର ଭୂସମ୍ପତ୍ତି ଅଛି । ୩୭ ହଜାର ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି । ସେ ଆହୁରି କହିଛନ୍ତି, ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ସମ୍ପତ୍ତି । ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟ ହେବେ । ଖଣି ଖଜଣା ଦେଉନଥିଲେ ଦଣ୍ତ ବିଧାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+