ଆଜି 4 ଘଣ୍ଟା ଦେଖା ଦେବନି କାଳିଆ : ଜାଣନ୍ତୁ କାହିଁକି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ଆଜି ଶ୍ରୀଜିଉଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରଖାଯିବ
ପୁରୀ : ପ୍ରାୟ ନଅ ମାସ ପରେ ଡିସେମ୍ବରରେ ଖୋଲିଥିଲା ଶ୍ରୀମନ୍ଦିର । ଶ୍ରୀମନ୍ଦିର ଖୋଲିବା ପରେ କଟକଣା କୋହଳ କରାଯାଇଥିଲା । କାଳିଆ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତର ଏହାପରେ ଶ୍ରୀମନ୍ଦିରକୁ ଶୁଅ ଛୁଟିଥିଲା । କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବା ପରେ ପୁଣି ଆରମ୍ଭ ହୋଇଛି କଟକଣା । ହେଲେ ଆଜି ଶ୍ରୀଜିଉଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରଖାଯିବ ।

ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ପ୍ରଶାସନର ସୂଚନା ଅନୁସାରେ, ଆଜି ଅପରାହ୍ନ 4ଟା 30 ରୁ ଚାରି ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିର ମଧ୍ୟକୁ କାହାରିକୁ ଛଡ଼ାଯିବ ନାହିଁ ବୋଲି ସୂଚନା ମିଳିଛି । ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି । ଏଠାରେ ସୂଚନାଥାଉକି, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖାଯାଇଛି । ଏହିଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଉଛି ।












Click it and Unblock the Notifications