ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ବିଳମ୍ବ, ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେବାରୁ ପ୍ରତିହାରୀ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ କରାଯାଇଛି। ନୀତି ବିଶୃଙ୍ଖଳା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ବଡ଼ଦ୍ୱାର ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

Puri temple

ଗତକାଲି ଶ୍ରୀମନ୍ଦିର ଦ୍ୱାରଫିଟାରେ ୩୫ ମିନିଟ ବିଳମ୍ବ ହୋଇଥିଲା। କେଉଁ କାରଣରୁ ଦ୍ୱାରଫିଟା ବିଳମ୍ବ ହେଲା, ଏହା ପଛରେ କେଉଁ କାରଣ ଅଛି ବୋଲି ଜବାବ ତଲବ କରିଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ବିଳମ୍ବ ହେଲେ ମହାପ୍ରଭୁଙ୍କର ଅନ୍ୟ ନୀତି ବିଳମ୍ବ ହୋଇଥାଏ। ଫଳରେ ମହାପ୍ରଭୁଙ୍କ ମହାପ୍ରସାଦ ବାହାରିବାରେ ମଧ୍ୟ ବିଳମ୍ବ ହୋଇଥାଏ ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ୱାଗତ କରିଥିବା ବେଳେ ଅନ୍ୟ ନୀତି ବିଳମ୍ବରେ ବି ସମାନ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିବେଦନ କରିଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେବାରୁ ପ୍ରତିହାରୀ ସେବକଙ୍କୁ ନୋଟିସ କରାଯାଇଛି। ଏହାକୁ ମୁଁ ସ୍ୱାଗତ କରୁଛୁ। ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହେଉଥିବା ଆମେ ଅଭିଯୋଗ କରିଥିଲୁ। ଯେଉଁମାନେ ନୀତି ବିଳମ୍ବ କରୁଛନ୍ତି ତାଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଥିଲୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+