ଶ୍ରଦ୍ଧାଳୁଙ୍କୁ ମନା ହେଲା ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର, ସେବାୟତ କୋଭିଡ୍ ପଜିଟିଭ୍ ହେବା ପରେ ନିଷ୍ପତ୍ତି

ଲିଙ୍ଗରାଜ ମନ୍ଦିରକୁ ଡେଇଁଲା କୋରୋନା। ସାଧାରଣ ଭକ୍ତଙ୍କ ଦର୍ଶନ ମନା । ମନ୍ଦିରର 4ଜଣ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରକୁ ଡେଇଁଲା କୋରୋନା। ସାଧାରଣ ଭକ୍ତଙ୍କ ଦର୍ଶନ ମନା । ମନ୍ଦିରର 4ଜଣ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅଧିକ ସଂକ୍ରମଣ ରୋକିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କଲା ଭୁବନେଶ୍ୱର ମହାନଗର ନିଗମ।

କେବଳ ନୀତିକାନ୍ତି ଜାରି ରହିବ। ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି ହୋଇଥିଲା ଟେଷ୍ଟିଂ। ଆଜି ମଧ୍ୟ କିଛି ସେବାୟତଙ୍କ ଟେଷ୍ଟିଂ କରାଯାଇଛି।

Lingaraj temple

ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେପଟେ ଦିନକୁ ଦିନ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ସମ ହସ୍ପିଟାଲରେ 5ଶହ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ 150ଶଯ୍ୟା ଖୋଲା ଯାଇଥିଲା। ବର୍ତ୍ତମାନ ପୁଣି ହାଇଟେକ, ନୀଳାଚଳ ଓ ବ୍ଲୁ ହ୍ବିଲ ହସ୍ପିଟାଲରେ ପୂର୍ବ ନିର୍ଦ୍ଧାରିତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବାକୁ ବିଏମସି ଅନୁମତି ଦେଇଛି। ଏନେଇ ବିଏମସି ପକ୍ଷରୁ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଖୁବଶୀଘ୍ର ଆଉ ଦୁଇଟି ଅର୍ଥାତ ସ୍ପର୍ଶ ଓ କିମ୍ସ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ଘୋଷଣା କରାଯିବ। କିମ୍ସ କୋଭିଡ ହସ୍ପିଟାଲରେ 5ଶହ ଶଯ୍ୟା ରହିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+