ଆଜି ପାଇଁ ଶେଷ ହେଲା ରଥ ଟଣା
ପୁରୀ: ଶେଷ ହେଲା ସବୁ ପ୍ରତିକ୍ଷାର ଅନ୍ତ । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରା ଏବଂ ପରେ କାଳିଆ ଠାକୁରଙ୍କ ରଥ ଟଣା ହୋଇଥିଲା । ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି । ମରିଚିକୋଟ ଛକରେ ତାଳଧ୍ୱଜ ରଥ ପହଞ୍ଚି ଥିବା ବେଳେ ରାଜନଅର ସମ୍ମୁଖରେ ମା' ସୁଭଦ୍ରାଙ୍କର ରଥ ପହଞ୍ଚିଛି ।

ଆଜି ପାଇଁ ରଥଟଣା କାର୍ଯ୍ୟ ବିରାମ ରାଖାଯାଇଛି । ଆସନ୍ତାକାଲି ପୂର୍ବାହ୍ଣରେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି । ରଥଯାତ୍ରା ପାଇଁ ଲୋକାରଣ୍ୟ ବଡ ଦାଣ୍ଡ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ କମ୍ପିଛି ଶ୍ରୀକ୍ଷେତ୍ର ।












Click it and Unblock the Notifications