ଶ୍ରୀ ଜଗନ୍ନାଥ ବସର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ
ପୁରୀ: ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଛି ଜୋରସୋର୍ ପ୍ରସ୍ତୁତି । ଏଥି ପାଇଁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ କାମ କରିବା ଆରମ୍ଭ କରିଛନ୍ତି । ଗାଁ ଗାଁରେ ଚାଲିଛି ପୁରୀ ପରିକ୍ରମା ରଥ , ଏଥି ପାଇଁ ଉତ୍ସବ ମୁଖର ହୋଇଛି ଓଡ଼ିଶା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ । ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ।













Click it and Unblock the Notifications