ବିଜେଡ଼ିରୁ ନିଲମ୍ବନ ପରେ ଏମିତି ପ୍ରତିକ୍ରିୟା ଦେଲେ ଶ୍ରୀମୟୀ
ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। 'ଧୃତରାଷ୍ଟ୍ର' ଓ 'ଭଣ୍ଡ ସନ୍ନ୍ୟାସୀ' ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରୁଥିବା କୁହାଯାଉଛି। ପୂର୍ବରୁ ଚେତାବନୀ ଦେଇଥିବା ବିଜେଡି ଆଜି ଶ୍ରୀମୟୀଙ୍କୁ ଦଳରୁ ବହିଷ୍କୃତ କରିଛି ।

ତେବେ ସସପେଣ୍ଡ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ସେୟାର କରି ଶ୍ରୀମତୀ ମିଶ୍ର କହିଛନ୍ତି, ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ।
ନିକଟରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଥିଲେ, ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ଠିକ୍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି । ସମସ୍ତଙ୍କ କଥା ଶୁଣିବା କଥା । ମତେ ଦଳ ଯାହା କହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।












Click it and Unblock the Notifications