ନୂଆବର୍ଷରେ ଜଗା ଦର୍ଶନ ପାଇଁ ଆଜି ରାତି ସାଢ଼େ ୧୨ ସୁଦ୍ଧା ଦ୍ବାର ଫିଟା ନୀତି
ନୂଆବର୍ଷରେ ସଅଳ ଦର୍ଶନ ଦେବେ ଶ୍ରୀଜୀଉ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଆଜି ରାତି ସାଢ଼େ ୧୨ ସୁଦ୍ଧା ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହେବ। ଏନେଇ ଆଶାବାଦୀ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି।
ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ ଗଣମାଧ୍ୟମର ପ୍ରତିିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆଜି ରାତି ସାଢ଼େ ୧୨ଟା ସୁଦ୍ଧା ଦ୍ବାର ଫିଟା ନୀତି ନେଇ ଆଶାବାଦୀ ଅଛୁ। ସେଥି ପାଇଁ ରାତି ୧୦ଟାରୁ ସାଢ଼େ ୧୦ଟା ଭିତରେ ପହୁଡ଼ ପଡ଼ିବ। ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ।

ବର୍ତ୍ତମାନ ସୁଦ୍ଧା ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁମାନଙ୍କୁ ମାର୍କେଟ୍ ଛକଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ସାଧାରଣ ଶ୍ରଦ୍ଧାଳୁମାନେ ଆଜି (ମଙ୍ଗଳବାର) ଓ କାଲି (ବୁଧବାର) ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।












Click it and Unblock the Notifications