ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର, ଆସନ୍ତା କାଲିଠୁ ହେବ ନାଟମଣ୍ଡପ ମରାମତି କାମ
ପୁରୀ: ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏହି ମରାମତି କାମ ନେଇ ଏଏସ୍ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି । ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ ।
ତେବେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଘନଘନ ବୈଠକ ବସୁଛି । ଛତିଶାନିଯୋଗ ବୈଠକରେ ଏନେଇ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଆସନ୍ତାକାଲି ଦିନ ଗୋଟାଏରୁ ନାଟମଣ୍ଡପ ମରାପତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ସୁଦ୍ଧା ଶେଷ ହେବ ।

ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି । ସେହିପରି ମାସକୁ ଥରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଦିବ୍ୟାଙ୍ଗ ।












Click it and Unblock the Notifications