ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଆଜିଠୁ ପୂଜାର୍ଚ୍ଚନା
ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହା ପୂର୍ବରୁ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଆସନ୍ତା କାଲି ଠାରୁ ୩ ଦିନ ଧରି ଯଜ୍ଞ ହେବ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂ
ପୁରୀ: ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହା ପୂର୍ବରୁ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଆସନ୍ତା କାଲି ଠାରୁ ୩ ଦିନ ଧରି ଯଜ୍ଞ ହେବ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ଏହି ଯଜ୍ଞ ପୂଜାର୍ଚ୍ଚନା ପାଇଁ ଗଜପତି ଦିବ୍ୟସିଂହଦେବଙ୍କ ଦ୍ୱାରା ଆଜି ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ରାଜଗୁରୁ,ଶ୍ରୋତ୍ରୀୟ ,ବ୍ରାହ୍ମଣ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜି ଅଧିବାସ ହେବା ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ।
ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ପୋଲିସ ଓ ପ୍ରଶାସନ ପକ୍ଷରୁ ଅନୁମତି ଥିବା ବ୍ୟକ୍ତି ବିଶେଷଙ୍କୁ ଯଜ୍ଞ ମଣ୍ଡପ ସ୍ଥଳୀକୁ ପ୍ରବେଶ ଅନୁମତି ମିଳିବ। ବରିଷ୍ଠ ପୋଲିସ ଅଧିକାରୀ, ଇଣ୍ଟେଲିଜେନ୍ସ ଅଧିକାରୀ, ସାଧା ପୋଷାକ ଧାରୀ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ସେପଟେ ଯଜ୍ଞ ସ୍ଥଳୀକୁ ଆକର୍ଷଣୀୟ ଭାବେ ସାଜ ସଜା କରାଯାଉଛି ।
୩ ବର୍ଷ ତଳେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ବା ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଥିଲା । ଏବେ ୩୩୧ କୋଟି ଟଙ୍କା ବ୍ୟୟରେ କରିଡର କାର୍ଯ୍ୟ ଆରମ୍ଭ ହେବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କରାଯିବ । ଶ୍ରୀମନ୍ଦିରର ଐଶାନ୍ୟ କୋଣ ଅର୍ଥାତ୍ ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ଖୋଲା ଜାଗାରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇଛି ।












Click it and Unblock the Notifications