ଜଗମୋହନ ମରାମତି ମାମଲା: ASIର ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ
ଜଗମୋହନ ମରାମତି ମାମଲା । ASIର ସତ୍ୟପାଠ ଅଗ୍ରାହ୍ୟ କଲେ ହାଇକୋର୍ଟ। ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ ।
ସେହିପରି ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ୨୦୧୭ରୁ ଏଯାବତ ମରାମତି ସଂପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ ।
୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ଓ ରତ୍ନଭଣ୍ଡାର ମରାମତି ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ସେପଟେ କାର୍ତ୍ତିକ ମାସ ଶେଷ ପରଦିନ ଅର୍ଥାତ୍ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍ ସ୍କାନିଂ ହେବ। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ। ଆଉ ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତର ପାର୍ଶ୍ବ କାନ୍ଥର ଲେଜର୍ ସ୍କାନିଂ ହେବ ।

ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି । ତେବେ କେତେଦିନ ଏହି ଲେଜର୍ ସ୍କାନିଂ ପ୍ରକ୍ରିୟା ଚାଲିବ, ସେ ଉପରେ କେହି ସ୍ପଷ୍ଟ ମତ ରଖିନାହାନ୍ତି ।
ଲେଜର୍ ସ୍କାନିଂ ସମୟରେ ସେବାୟତମାନଙ୍କ ସହଯୋଗ ଆବଶ୍ୟକ। , ଲେଜର୍ ସ୍କାନିଂ ଏକ ଉଚ୍ଚକ୍ଷମତା ସଂପନ୍ନ(ହାଇ ପିକ୍ସେଲ୍) କ୍ୟାମେରା ଡିଭାଇସ୍, ଯାହା ଅତି କ୍ଷୁଦ୍ର ଫାଟକୁ ବି ଦେଖାଇ ପାରିବ । ଯାହାଦ୍ବାରା ମରାମତି ସହଜ ଓ ସୁବିଧା ହେବ ।
ସେହିପରି ଆସନ୍ତାବର୍ଷ ଜାନୁଆରୀ ୧୭ରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ବେଳେ ରାଜ୍ୟବ୍ୟାପୀ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।












Click it and Unblock the Notifications