Shree Mandir: ଶ୍ରୀରାମ ନବମୀରେ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ପବିତ୍ର ଶ୍ରୀରାମନବମୀ । ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ । ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହେବ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଇଥିଲା ।

Shree Mandir

ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାର ଠାରେ ଚରୁଭାତ ମଣୋହୀ କରାଇବେ । ସେପଟେ ଆଜି ରାମନବମୀର ପବିତ୍ର ତିଥିରେ ରଥକାଠ ଚିରଟ ଅନୁକୂଳ କରାଯିବ। ଏଥିପାଇଁ ମାଳ ମାହାର୍ଦ୍ଧ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟକ ଖପୁରିଆ ଅଭିମୁଖେ ୫ଜଣିଆ ଶ୍ରୀମନ୍ଦିର ପ୍ରତିନିଧି ଦଳ ଯାଇ ଅନୁକୂଳ କରାଯିବ । ଅନ୍ୟପଟରେ ଆଜିର ତିଥିରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+