ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ମହାପ୍ରଭୁଙ୍କ ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ । ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା ।

Shree Mandir

ଦ୍ଵିତୀୟ ଭୋଗ ମଣ୍ଡପ ସରିବା ପରେ ହେବ ମହାପ୍ରଭୁଙ୍କୁ ପଇତାଲାଗି ନୀତି । ନୀତି ସମ୍ପାଦନ ସମୟରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମନ୍ଦିରରେ ଆଜି ଏହା ଏକ ବିଶେଷ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ପାଟେରା ବିଶୋଇ ସେବାୟତଙ୍କୁ ଘରୁ ଆସିଥାଏ ବାସୁଙ୍ଗା ପାଟର ପଇତା ତାହାକୁ ଦଇତାପତି ସେବାୟତମାନେ ଭୋଗ ସରିବା ପରେ ଗର୍ଭଗୃହକୁ ପ୍ରବେଶ କରନ୍ତି । ତା ପରେ ରତ୍ନ ସିଂହାସନକୁ ଉଠି ଦଇତାପତିମାନେ ପ୍ରଥମେ ମହାପ୍ରଭୂଙ୍କ ପାଟବସ୍ତ୍ର ଓ ଶ୍ରୀଅଙ୍ଗକୁ ତନଖି ଥାନ୍ତି । ତା ପରେ ଆରମ୍ଭ ହୋଇଥାଏ ପଇତା ଲାଗି ।

ଏହା ଦଇତାମାନଙ୍କର ଗୋଷ୍ଠୀଗତ ସେବା ହୋଇଥିବାରୁ ସେମାନେ ସଙ୍ଘବଦ୍ଧ ଭାବେ ଏହି ନୀତି କରିଥାନ୍ତି । ଅନ୍ୟପଟେ ଚନ୍ଦନ ଯାତ୍ରା ଥିବାରୁ ଶ୍ରୀଅଙ୍ଗରେ ପଇତା ରହିଲେ ଚନ୍ଦନ ଲାଗିକି ରହେ ବୋଲି ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ଆଜି ମହାପ୍ରଭୁ ଶ୍ରୀବୀଗ୍ରହରେ ପଇତା ଲାଗି ହୋଇଥାନ୍ତି ବୋଲି ଗବେଷକଙ୍କ ମତ । ପୁଣି ପଇତା ପିନ୍ଧିବା ପରେ ସମସ୍ତ ରିଷ୍ଠ ମଧ୍ୟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି । ସେପଟେ ପଇତା ଲାଗି ସରିବା ପରେ ଦଇତାମାନେ ରତ୍ନ ସିଂହାସନରୁ ତଳେ ଓହ୍ଲାଇବା ପରେ ମାଘସ୍ନାନ ନୀତି କରାଯାଇଥାଏ ।

ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ ।

ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+