ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିରର ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ

ଶ୍ରୀମନ୍ଦିରରେ ଆସନ୍ତା ୭ ତାରିଖ ଚନ୍ଦ୍ରଗ୍ରହଣ ଦିନ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୫୭ମିନିଟ୍‌ ୨୨ ସେକେଣ୍ଡରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ୍‌ ୨୨ ସେକେଣ୍ଡରେ ରହିଥିବା ବେଳେ ସର୍ବମୋକ୍ଷ ରାତି ୧ ଟା ୨୭ ମିନିଟ୍‌ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିଛି।

ଏହାକୁ ଦୃଷ୍ଟିରେ ରଖି ଉକ୍ତଦିନ ରବିବାର ରାତି ୨ଟାରେ ଦ୍ୱାରଫିଟା ନୀତି ରହିଛି। ଏଥିସହ ସାଢ଼େ ୨ଟାରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି, ମଇଲମ ଓ ତଡ଼ପଲାଗି ୩ଟା, ଅବକାଶ ଓ ରୋଷହୋମ ସାଢ଼େ ୩ଟାରେ କରାଯିବ। ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସରିବା ପରେ ଭୋର ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ୬ଟା ୧୫ରେ ମଇଲମ, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ ହୋଇ ସକାଳ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ସମ୍ପନ୍ନ ହେବ। ସକାଳ ସାଢେ ୯ଟାରେ ଦକ୍ଷିଣୀ ଘର ଭୋଗ, ସାଢେ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ, ମଇଲମ, ୧୧ଟା ୧୫ରେ ସନ୍ଧ୍ୟା ଆଳତି ହେବ।

shree mandir Timetable for the temple s rituals check details

ରାତି ୨ଟାରୁ ଦ୍ୱାରଫିଟା, ଭୋର ୫ରୁ ୬ଟା ଭିତରେ ସକାଳ ଧୂପ

ଉକ୍ତଦିନ ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ର ହାତୀ ପ୍ରସ୍ତାବ ରହିଛି। ତେଣୁ ସାଢ଼େ ୧୧ଟାରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିବେ। ୧୧ଟା ୪୫ରେ ଆଜ୍ଞାମାଳ ପାଇ ପାଲିଙ୍କିକୁ ବିଜେ କରିବେ। ୧୨ଟାରେ ପାଲିଙ୍କି ଉଠିବ। ସାଢ଼େ ୧୨ ଟା ସୁଦ୍ଧା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସାରି ବାହୁଡ଼ା ବିଜେ କରିବେ। ମଇଲମ ଓ ତଡ଼ପଲାଗି ହୋଇ ଭିତରକାଠ ଦର୍ଶନ ହେବ। ରାତି ୯ଟା ୫୭ ମିନିଟ୍‌ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ଓ ଅନ୍ୟ ନୀତି ହେବ। ଛତିଶା ନିଯୋଗ ସେବକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି।

ଏହା ଉପରେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଗ୍ରହଣ ନୀତିକାନ୍ତି ସମେତ ଆରମ୍ଭ ହେବାକୁ ଯାଉଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାର ସୁପରିଚାଳନା, ଆଇନଗତ ବ୍ୟବସ୍ଥାବଳୀ, ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଠକ ୱେବସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କଣ କରାଯିବ ସେ ସଂକ୍ରାନ୍ତ ଆଲୋଚନା ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+