ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା; ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା

ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା । ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା।

ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା । ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

shree mandir Threatening writings

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ । ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ ବନ୍ଦ ରହିବ ଦର୍ଶନ ।

ଶ୍ରୀବିଗ୍ରହ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁର୍ଦ୍ଧାବିଗ୍ରହଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ଏହି ଗୁପ୍ତନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ। ଏହି ନୀତି ସମୟରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ମହାପ୍ରଭୁଙ୍କ ଏହି ଗୁପ୍ତନୀତି ନିମନ୍ତେ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନକରି ଥଣ୍ଡା ଜ୍ୱରରେ ପୀଡ଼ିତ ହେବାପରେ ଅଣସର ପିଣ୍ଡିଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢ଼ି ଦିଆଯାଇଥିଲା। ପୁନର୍ବାର ରେଖା ପଞ୍ଚମୀ ଅବସରରେ ଦେଉଳକରଣ, ଚଢ଼ାଉକରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ ଲଗାଯିବ। ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ। ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରି ସାରିବା ପରେ ୪ ବାଡ଼ର ବାଡ଼ଗ୍ରାହୀ ଦଇତାପତି ସେବାୟତମାନେ ଓଷୁଅ ଏବଂ କନା ଦ୍ୱାରା ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+