Shree Mandir: ଆଜି ପୁରୀରେ ବସିବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ
Shree Mandir: ଆଜି ପୁରୀରେ ବସିବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଏନେଇ ଆଲୋଚନା ହେବ ।

ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ପଞ୍ଜିକାରମାନଙ୍କ ସମେତ ପୂଜାପଣ୍ଡା ନିଯୋଗ ଓ ମୁକ୍ତିମଣ୍ଡପ ସଦସ୍ୟ ରହିବେ ଉପସ୍ଥିତ। ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ବିବାଦ ଦେଖାଦେଇଛି। ଆଜିର ବୈଠକରେ ଏପ୍ରସଙ୍ଗରେ ସବିଶେଷ ଆଲୋଚନା କରାଯିବ ।












Click it and Unblock the Notifications