Shree Mandir: ଖୁବଶୀଘ୍ର ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଖୁବଶୀଘ୍ର ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ଏହାପରେ ଧାଡ଼ି ଦର୍ଶନ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା, ଅପେକ୍ଷାରତ ଭକ୍ତଙ୍କ ପାଇଁ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ୭ମାସ ହେଲା ଶ୍ରୀମନ୍ଦିର ନୂତନ ପରିଚାଳନା କମିଟି ଗଠନ ହୋଇପାରିନାହିଁ।

ବିନା ପରିଚାଳନା କମିଟିରେ ଶ୍ରୀମନ୍ଦିରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି । ଯେପରିକି, ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବ।

ପରିଚାଳନା କମିଟି ଗଠନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସ୍ଥାପନ ପୂର୍ବରୁ ସରକାରଙ୍କ ନିର୍ଦେଶକ୍ରମେ ହୁଣ୍ଡି ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ। ପରେ ଶୃଙ୍ଖଳିତ ଭାବେ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। ଏଥିପାଇଁ ଦିବ୍ୟାଙ୍ଗମାନେ ଉତ୍ତର ଦ୍ବାରର ଆନନ୍ଦ ବଜାର ଦେଇ ଶ୍ରୀମନ୍ଦିରକୁ ଆସିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା।
ତାହା ବର୍ତ୍ତମାନ ସୁଦ୍ଧା ଲାଗୁ କରାଯାଇନାହିଁ। ଅନ୍ୟପକ୍ଷରେ ଗତ କିଛି ଦିନ ପୂର୍ବେ କୁର୍ମବେଢ଼ାରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରିବାକୁ ଏଏସଆଇ ସହ ଆଲୋଚନା ସରିଛି। ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇ ସାରିଛନ୍ତି।

ଅନ୍ୟପକ୍ଷରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶ୍ରୀମନ୍ଦିରରେ ଅନେକ ସମୟରେ ଦର୍ଶନ ପୂର୍ବରୁ ବ୍ୟାରିକେଡ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ମଧ୍ୟରେ ଫ୍ୟାନ, କୁଲର ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଛୁଟି ଦିନରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଯୋଗୁ ଉତ୍ତମ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ନିର୍ଦେଶ ଦିଆଯାଇଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଜାରି ରହିଛି। ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ମରାମତି ହୋଇ ନଥିବା ଯୋଗୁ ଏହା ଦୁର୍ବଳ ଅବସ୍ଥାରେ ଥିଲା। ଏଏସଆଇ ପକ୍ଷରୁ ଏହାର ଯାଞ୍ଚ ସହ ସମସ୍ତ ଦୁର୍ବଳ ସ୍ଥାନକୁ ଚିହ୍ନଟ କରି ମରାମତି କରାଯାଉଛି।

ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଜାରି ରହିଛି। ଯାହା ଆଗାମୀ ୨୦୦ ବର୍ଷ ପାଇଁ କିଭଳି ସୁରକ୍ଷିତ ରହିବ, ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ମରାମତି ଶେଷ ହେବା ପରେ ରତ୍ନଭଣ୍ଡାର ସୁନା ଅଳଙ୍କାର ଗଣତିମଣତି ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+