ପଢ଼ୁଆଁ ହେବେ ଶ୍ରୀଜିଉ, ମାମୁ ଘରୁ ଗଲା ପଢ଼ୁଆଁ ଭାର

ପଢ଼ୁଆଁ ହେବେ ଶ୍ରୀଜିଉ, ମାମୁ ଘରୁ ଗଲା ପଢ଼ୁଆଁ ଭାର । ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିର ଗଲା ପଢ଼ୁଆଁ ଭାର । ପାଟବସ୍ତ୍ର ଓ ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଭାରରେ ସାମିଲ ।

ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। କେଉଁ ଆବାହାମାନକାଳରୁ ପ୍ରଚଳିତ ହୋଇ ଆସିଛି ପୋଢୁଆଁ ଭାର ପରମ୍ପରା । ଗତ ୬ବର୍ଷ ହେଲା ମାଧବନନ୍ଦଜିଉ ବିକାଶ ପରିଷଦ, ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ମନରେ ବୁଡିଯାଉଥିବଉା ପରମ୍ପରାକୁ ପୂର୍ଣ୍ଣ ପ୍ରଚଳନ ଉଦ୍ୟମ ଆରମ୍ବ କରି ଶ୍ରୀଜିଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲବ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ଯାଉଛନ୍ତି ।

shree mandir

ଏହି ଅବସରରେ ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯିବ ୬ ବର୍ଷର ପୋଢୁଆଁ ଭାର । ପୂଣ୍ୟତ୍ରୟା ପ୍ରାଚୀ ନଦୀ ମାଧବାନନ୍ଦ ପିଠରୁ କାଳିଆ ଦିଅଁ ପାଇଁ ଯାଉଛି ପୋଢୁଆଁ ଭାର । ଶୁକ୍ରବାର ପ୍ରାତଃ ୪ଟା ୩୦ ମିନିଟରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା । ସକାଳ ୫ଟାରେ ମହାପ୍ରଭୁଙ୍କ ରାଜା-ରାଜେଶ୍ୱର ବେଶ, ୫ଟା ୩୦ ମିନିଟରେ ଗୋପାଳବଲ୍ଲବ ଭୋଗ ନିତିସାରି ସକାଳ ୭ଟା ୩୦ ମିନିଟ୍ ମାଧବ ମନ୍ଦିରରୁ ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ଆରମ୍ଭ ହେବ ।

ଆସନ୍ତାକାଲି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିର କାର୍ୟ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କ ଠାରେ ପୋଢୁଆଁ ବସ୍ତ ଲାଗି କରାଯିବ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାଧବ ଗାଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+