ଆଜିଠୁ ପୁଣି ଆରମ୍ଭ ହେଲା ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ୍ ଟେଷ୍ଟ । ପ୍ରତିଦିନ ୫୦ ସେବାୟତଙ୍କ ଆର୍ ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀ: ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ୍ ଟେଷ୍ଟ । ପ୍ରତିଦିନ ୫୦ ସେବାୟତଙ୍କ ଆର୍ ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Shree mandir

ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦି ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

ପ୍ରାୟ ତିନି ହଜାର ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ସେପଟେ ଭକ୍ତଙ୍କ ଗହଳି ଯୋଗୁଁ ପ୍ରାଥମିକତା ଭିତ୍ତିରେ ସେବାୟତଙ୍କ ମାଗଣା ଟିକାକରଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କିଛି ଦିନ ତଳେ ପ୍ରସ୍ତାବ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+