ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ, ତିନି ମାସରେ ସରିବ କାମ
ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଦିନ ଗୋଟାଏରୁ ସଂଧ୍ୟା ୫ଟା ଯାଏଁ ଚାଲିବ କାମ। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ।
ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ। ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ। ରାତି ୧୧ଟା ୩୦ ସୁଦ୍ଧା ପହୁଡ଼ କରାଯାଇ ରାତି ୨ଟାରେ ଦ୍ବାରଫିଟା ନୀତି ହେବ।

ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ ଏଏସ୍ଆଇ କହିଛି ବୋଲି ମୁଖ୍ୟ ପ୍ରଶାସକ କହିଛି। ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ହେବ ମରାମତି କାମ। ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ। ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ।
ଗତ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ପୂର୍ବରୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି କୁହାଯାଇଥିଲା।












Click it and Unblock the Notifications