Shree Mandir: ଆଜିଠୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ଶନିବାରଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି । ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ରହିଛି । ତେଣୁ ଆସନ୍ତା ୮ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶୃଙ୍ଖଳିତ, ସୁନ୍ଦର, ବ୍ୟବସ୍ଥିତ ଭାବେ କିଭଳି ମରାମତି କାର୍ଯ୍ୟ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Shree Mandir Renovation work

ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ଯେତେ ସମ୍ଭବ ଶୀଘ୍ର କାମ ଶେଷ କରିବାକୁ ପ୍ରସ୍ତୁତ ହୋଇଛି ଏଏସ୍ଆଇ । ହାତରେ ସ୍ବଳ୍ପ ସମୟ ଥିବାରୁ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ କରିବେ ବିଶେଷଜ୍ଞ । ରଥଯାତ୍ରା ଭିତରେ ମରାମତି କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ଏଏସ୍‌ଆଇ ଯୋଜନା ରଖିଛି । ସେପଟେ ବାହାର ରତ୍ନଭଣ୍ଡାର କବାଟକୁ ସୁନା ନହେଲେ ରୁପା ଛାଉଣୀ କରିବାକୁ ମଧ୍ୟ ଆଲୋଚନା ହେଉଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ଚୂଡ଼ାନ୍ତ ନିଷ୍ପତି ନେଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+