ଏବେ ଖୋଲିବନି ରତ୍ନ ଭଣ୍ଡାର ! ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ
ପୁରୀ: ଜୁଲାଇ ୮ ତାରିଖରେ ଖୋଲିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଏପରିକି ଏଏସ୍ଆଇ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ଏ ନେଇ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରତ୍ନ ଭଣ୍ଡାର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେବେ । ବିଶୃଙ୍ଖଳିତ ଏଏସଆଇ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଅଧିକାରୀ ଜଣଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି । ସଂପୃକ୍ତ ଏସ୍ଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କେବେ ରତ୍ନଭଣ୍ଡାର ଖୋଲାଯିବ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆପଣଙ୍କୁ କହି ରଖୁଛୁ, ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ସୂଚନା ଦେଇଥିଲେ ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ । ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ।
କିନ୍ତୁ ବର୍ତ୍ତମାନ ଆଇନ ମନ୍ତ୍ରୀ ଏହାକୁ ଖଣ୍ଡନ କରିବା ସହ ଏ ସମ୍ପର୍କରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପରେ, ରତ୍ନଭଣ୍ଡାରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ ସେ ନେଇ ଆଲୋଚନା ହେଉଛି ।












Click it and Unblock the Notifications