ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା; ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର
କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । କମିଶନଙ୍କ ରିପୋର୍ଟ ସ୍ଥିତି ନେଇ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ୩ ସପ୍ତାହ ସମୟ ନେଲେ ରାଜ୍ୟ ସରକାର । ୩ ସପ୍ତାହ ପରେ ଶୁଣାଣି ।
ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ମହଲତ । ତଦନ୍ତ କମିଶନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ନେଇ ନେଇ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ସମୟ ଦେଇଛନ୍ତି ହାଇକୋର୍ଟ । ଏହି ଅବଧି ଭିତରେ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ୩ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ହେବ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ହାଇକୋର୍ଟରେ ମାମଲା ହୋଇଥିଲ ।
ଚାବି ହଜିବା ଘଟଣାରେ ଗଠିତ ହୋଇ ଥିଲା ଜଷ୍ଟିସ ରଘୁବୀର ଦାସ କମିଶନ । ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ କୌଣସି ଜବାବ ଦାଖଲ କରୁନାହାନ୍ତି । ସରକାର ବାରମ୍ବାର ସମୟ ମାଗୁଛନ୍ତି, ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କେବେ ଏହାର ଜବାବ ରଖିବେ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେକ୍ସନ 3(4) ତଦନ୍ତ କମିଶନ 1952 ଧାରାକୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀ ଗୁଡିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASIକୁ ଦାୟିତ୍ୱ ଦିଆଯାଉ । ଏହି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଥିଲେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications