ନୂଆବୋହୂ ରୂପରେ ସଜେଇ ହୋଇଛି ବଡ଼ଦାଣ୍ଡ; ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ

ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି । ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ପରେ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ ହେବ ଏହି ଐତିହାସିକ ପ୍ରକଳ୍ପ । ତେବେ ଏହି ପ୍ରକଳ୍ପରେ ମହାପ୍ରଭୁଙ୍କ ସହ ଜଡ଼ିତ ଥିବା ଟିକିନିଖି କଥାକୁ ଗୁରୁତ୍ବ ଦିଆଯାଇଛି ।

ପ୍ରକଳ୍ପର ୫୫ ମିଟର ବଫର୍‌ ଜୋନ୍‌ ମଧ୍ୟରୁ ୧୯ମିଟର ଅଞ୍ଚଳରେ ସବୁଜବଳୟ ସୃଷ୍ଟି କରାଯାଇଛି । ଯାହା ପ୍ରକଳ୍ପର ଶୋଭା ବୃଦ୍ଧି କରୁଛି ।
ବଡ଼ କଥା ହେଲା, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ୧୨୦ ପ୍ରଜାତିର ଛୋଟ ଓ ବଡ଼ ପ୍ରାୟ ଲକ୍ଷେ ଗଛ ଲଗାଯାଉଛି। ବଫର ଜୋନ୍‌ ୫ ମିଟର ମଧ୍ୟରେ ଶ୍ରୀଜିଉଙ୍କ ଦୈନନ୍ଦିନ ଭୋଗ ପୂଜାରେ ଲାଗୁଥିବା ଛୋଟ ଗଛ ଲଗାଯାଉଛି । ଏଥିରେ ମହାପ୍ରଭୁଙ୍କ ପ୍ରିୟ ତଥା ଶ୍ରୀମନ୍ଦିରର ପ୍ରତିଟି ନୀତିକାନ୍ତିରେ ବ୍ୟବହାର ହେଉଥିବା ତୁଳସୀ ଲଗାଯାଇଛି।

ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି। ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେନାହିଁ। ଫୁଲ ମାଳ ସହ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି। ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି। ତୁଳସୀ ଗଛ ସହ କାମିନୀ, ମଲ୍ଲୀ, ହେନା, ଜୁଇ, ଟଗର, ଟରାଟ, ସୁଗନ୍ଧରାଜ, କୁନ୍ଦମଲ୍ଲୀ, ରେଡ ଆଲ୍ଡର, ଗ୍ରିନ ଆଲ୍ଡର, ପେଣ୍ଟାସ, ସିଜିୟମ, ଇକ୍ଜୋରା, ରୋଇଓ, ଆମାଜନ ବ୍ଲୁ ଓ ପାଣ୍ଡାନସ ଭଳି ଗଛ ଶୋଭା ପାଉଛି ।

shree_mandir

ବଫର ଜୋନ୍‌ ପରେ ରହିଛି ୧୦ ମିଟର ଅନ୍ତଃ ପ୍ରଦକ୍ଷଣ ମାର୍ଗ। ଏହାପରେ ୧୪ ମିଟର ପ୍ଲାଣ୍ଟେସନ୍‌ ଜୋନ୍ ଏବଂ ଏହାପରେ ୮ ମିଟର ବାହ୍ୟ ପ୍ରଦକ୍ଷଣ ମାର୍ଗ କରାଯାଇଛି। ଅର୍ଥାତ ଅନ୍ତଃ ପ୍ରଦକ୍ଷଣ ଓ ବାହ୍ୟ ପ୍ରଦକ୍ଷଣ ମାର୍ଗ ମଝିରେ ରହିଛି ପ୍ଲାଣ୍ଟେସନ ଜୋନ୍‌। ଶ୍ରଦ୍ଧାଳୁ ଏହି ଦୁଇ ପ୍ରଦକ୍ଷଣ ମାର୍ଗରେ ଗଲେ ସବୁଜ ବଳୟର ସୁନ୍ଦର ଅନୁଭୂତି ସହ ନାନାଦି ଫୁଲର ସୁଗନ୍ଧରେ ବିମୋହିତ ହେବେ। ତେବେ ପ୍ଲାଣ୍ଟେସନ ଜୋନ୍‌ରେ ଛୋଟ ଗଛ ସହ ବଉଳ କୋଳି, ସ୍ବର୍ଣ୍ଣ ଚମ୍ପା, ରୁଦ୍ର ଚମ୍ପା, କାଠ ଚମ୍ପା, କଦମ୍ବ, ଆକାଶ ମଲ୍ଲୀ, ଗଙ୍ଗ ଶିଉଳି, ନିମ୍ବ, ଛତିଆନା, ନାଗେଶ୍ବର, ନାଗମଲ୍ଲୀ ଆଦି ବଡ଼ ଗଛ ଲଗାଯାଇଛି। ଏହି ବଡ଼ ଓ ଛୋଟ ବୃକ୍ଷରାଜିଗୁଡ଼ିକୁ ସ୍ଥାନୀୟ ଓ ରାଜ୍ୟ ବାହାରୁ ସଂଗ୍ରହ କରାଯାଇଛି। ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିରୁ ସର୍ବାଧିକ ଗଛ ଆସିଥିବା ବେଳେ ଉତ୍ତରପ୍ରଦେଶ ଶାହରଣପୁର, କୋଲକାତା, ବେଙ୍ଗାଲୁରୁ, ଛତିଶଗଡ଼, ମହାରାଷ୍ଟ୍ରରୁ ଗଛ ମଗାଯାଇଛି। ରକ୍ଷଣାବେକ୍ଷଣ ପାଇଁ ୧୫୦ରୁ ଅଧିକ ମାଳି ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପୂର୍ବଦ୍ବାର ତଥା ସିଂହଦ୍ବାର ପାର୍ଶ୍ବ ପର୍ବପର୍ବାଣୀ ପାଇଁ ମୁକ୍ତ ରଖାଯାଇଥିଲେ ବି ମୁଭେବୁଲ ପ୍ଲାଣ୍ଟର ବକ୍ସ ମଧ୍ୟରେ ଗଛ ଲଗାଯାଉଛି। ଏହାବ୍ୟତୀତ କିଛି ଡେକୋ‌ରେଟେଡ୍ ଗଛ ମୁଭେବୁଲ ପ୍ଲାଣ୍ଟର ମଧ୍ୟରେ ରଖାଯାଇ ସିଂହଦ୍ବାର ପ୍ରଦକ୍ଷଣ ମାର୍ଗରେ ଶୋଭା ପାଇବ। ରଥଯାତ୍ରା କିମ୍ବା ଅନ୍ୟ ପର୍ବ ପର୍ବାଣୀ‌ରେ ଏହାକୁ ସ୍ଥାନାନ୍ତର କରିବା ସହଜ ହେବ।

ଫୁଲରେ ସଜେଇ ହେଉଛି ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଶେଷ ଭାବ‌ରେ ଫୁଲ ସଜା ଉପରେ ଗୁରୁତ୍ୱ ଦିଆଯାଉଛି। ମନ୍ଦିର ପରିକ୍ରମା ସମୟରେ ଭକ୍ତମାନଙ୍କୁ ଏକ ସୌନ୍ଦର୍ଯ୍ୟଭରା ପ୍ରାକୃତିକ ପରିବେଶ ସହିତ ଆଧ୍ୟାତ୍ମିକ ଅନୁଭବର ସ୍ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିକ୍ରମା ମାର୍ଗକୁ ଭକ୍ତଙ୍କ ପାଇଁ ଯଥାସମ୍ଭବ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପରିକ୍ରମା ପ୍ରକଳ୍ପ ସହ ଚାରି ଦ୍ବାର ଓ ମନ୍ଦିର ଉପରକୁ ଫୁଲରେ ସଜାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+