ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ; ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ । ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଗଲା । ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ।
ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ । ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ । କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ ଯାଇଥାନ୍ତି ।

ହେଲେ ଆଜି ସକାଳୁ ସକାଳୁ ସେବକ ଘରର ଜଣେ ମହିଳା ଶ୍ରୀମନ୍ଦିରରେ ଦୁଆର ନିକଟରେ ହାତ ରଖିଥିବା ବେଳେ ତାଙ୍କ ଆଙ୍ଗୁଠି ଚାପି ହୋଇ ଯାଇଥିଲା। ଆଉ ଭିତରକାଠ ପାଖ ଧୁକୁଡି ଦ୍ୱାର ନିକଟରେ ରକ୍ତ ପଡ଼ିଥିଲା ।
ତେଣୁ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକାଇ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଛି । ଆଉ ଏହି ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି ।
ବଡ଼ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଆଳତୀ କରାଯିବ । ଶ୍ରୀମନ୍ଦିର ନୀତିକାନ୍ତିରେ ଆଜି ବିଳମ୍ବ ହେବ ବୋଲି ଜଣାଯାଇଛି । ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେତୁ ସେମାନେ ଭିତରକୁ ପ୍ରବେଶ କରି ପାରୁ ନାହାନ୍ତି।












Click it and Unblock the Notifications