ପଞ୍ଚୁକ ପାଇଁ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ବନ୍ଦ ରହିବ ଉଠା ଦୋକାନ, ୩୦ ପ୍ଲାଟୁନ ଫୋର୍ସ ରହିବେ ମୁତୟନ

ପୁରୀ: ପଞ୍ଚୁକ ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର । ଗୁରୁବାରଠୁ ଆରମ୍ଭ ହେବ ପବିତ୍ର ପଞ୍ଚୁକ । ପଞ୍ଚୁକ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି ।‌ ଭକ୍ତ କିପରି ଭଲରେ ଦର୍ଶନ କରିବେ ସେ ନେଇ ଚାଲିଛି ପ୍ରସ୍ତୁତି । ସବୁଠି ଜନ ସମୁଦ୍ର । କାହିଁ କୁଆଡୁ ଲୋକେ ଆସିଛନ୍ତି । ଏହାରି ଭିତରେ ଲୋକେ ଭାରି ହଇରାଣ ବି ହେଉଛନ୍ତି । ଦର୍ଶନ ପାଇଁ ବାହାରେ ଘଣ୍ଟା-ଘଣ୍ଟା ଠିଆ ହେବାକୁ ପଡ଼ୁଛି।

ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି । ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷ୍ୟାଳି ଙ୍କ ଗହଳି ଅଧିକ ରହୁଛି ।

ପଞ୍ଚୁକ ପାଇଁ ଶ୍ରୀମନ୍ଦିର ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି । ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବେ ।

Shree mandir

ସେପଟେ ବଡଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି । ଭକ୍ତଙ୍କ ଲାଗି ପ୍ରତି ସେଡ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସୁରକ୍ଷା ଦୃଷ୍ଟିରୁ ପଞ୍ଚୁକ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ଗତକାଲି ବ୍ୟାରିକେଡ୍‌ରେ ପ୍ରବଳ ଗହଳି ଯୋଗୁଁ ଭକ୍ତ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଉନଥିବାରୁ କାନ୍ଦି କାନ୍ଦି ଫେରୁଥିବାର ଦେଖିବାକୁ ମିଳିଥିଲା ।

ଗହଳି ଭିତରେ ହବିଷ୍ୟାଳି ଓ ନାବାଳିକା ଅସୁସ୍ଥ ହୋଇଥିବା ବେଳେ ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ଏପରି ଅଘଟଣ ପରେ ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି। ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ଯୋଗୁ ଠେଲାପେଲା ପରିସ୍ଥିତି ଉପୁଜୁଛି । ଦର୍ଶନ ବ୍ୟବସ୍ଥା ନେଇ ଅନୁଧ୍ୟାନ ପରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+