ପୁରୀରେ ଲାଗିରହିଛି ଝିପିଝିପି ବର୍ଷା; ସବୁଠି ଭକ୍ତିମୟ ପରିବେଶ

ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ସବୁଠି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ । ବଡ଼ଦାଣ୍ଡ ଏପରି ହୋଇଛି ଯେ ଲାଗୁଛି ବର୍ଷାକୁ ଆଶୀର୍ବାଦ ଭାବୁଛି ଭକ୍ତ । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ । ଆଉ ଭକ୍ତିରେ ଭିଜୁଛି ବଡଦାଣ୍ଡ ।

ରଥଯାତ୍ରା ଭଳି ଆଜି ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି ।

ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି । ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେନାହିଁ। ଫୁଲ ମାଳ ସହ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି। ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି। ତୁଳସୀ ଗଛ ସହ କାମିନୀ, ମଲ୍ଲୀ, ହେନା, ଜୁଇ, ଟଗର, ଟରାଟ, ସୁଗନ୍ଧରାଜ, କୁନ୍ଦମଲ୍ଲୀ, ରେଡ ଆଲ୍ଡର, ଗ୍ରିନ ଆଲ୍ଡର, ପେଣ୍ଟାସ, ସିଜିୟମ, ଇକ୍ଜୋରା, ରୋଇଓ, ଆମାଜନ ବ୍ଲୁ ଓ ପାଣ୍ଡାନସ ଭଳି ଗଛ ଶୋଭା ପାଉଛି ।

Parikrama project

ବଫର ଜୋନ୍‌ ପରେ ରହିଛି ୧୦ ମିଟର ଅନ୍ତଃ ପ୍ରଦକ୍ଷଣ ମାର୍ଗ। ଏହାପରେ ୧୪ ମିଟର ପ୍ଲାଣ୍ଟେସନ୍‌ ଜୋନ୍ ଏବଂ ଏହାପରେ ୮ ମିଟର ବାହ୍ୟ ପ୍ରଦକ୍ଷଣ ମାର୍ଗ କ ରାଯାଇଛି। ଅର୍ଥାତ ଅନ୍ତଃ ପ୍ରଦକ୍ଷଣ ଓ ବାହ୍ୟ ପ୍ରଦକ୍ଷଣ ମାର୍ଗ ମଝିରେ ରହିଛି ପ୍ଲାଣ୍ଟେସନ ଜୋନ୍‌। ଶ୍ରଦ୍ଧାଳୁ ଏହି ଦୁଇ ପ୍ରଦକ୍ଷଣ ମାର୍ଗରେ ଗଲେ ସବୁଜ ବଳୟର ସୁନ୍ଦର ଅନୁଭୂତି ସହ ନାନାଦି ଫୁଲର ସୁଗନ୍ଧରେ ବିମୋହିତ ହେବେ। ତେବେ ପ୍ଲାଣ୍ଟେସନ ଜୋନ୍‌ରେ ଛୋଟ ଗଛ ସହ ବଉଳ କୋଳି, ସ୍ବର୍ଣ୍ଣ ଚମ୍ପା, ରୁଦ୍ର ଚମ୍ପା, କାଠ ଚମ୍ପା, କଦମ୍ବ, ଆକାଶ ମଲ୍ଲୀ, ଗଙ୍ଗ ଶିଉଳି, ନିମ୍ବ, ଛତିଆନା, ନାଗେଶ୍ବର, ନାଗମଲ୍ଲୀ ଆଦି ବଡ଼ ଗଛ ଲଗାଯାଇଛି। ଏହି ବଡ଼ ଓ ଛୋଟ ବୃକ୍ଷରାଜିଗୁଡ଼ିକୁ ସ୍ଥାନୀୟ ଓ ରାଜ୍ୟ ବାହାରୁ ସଂଗ୍ରହ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+