ପରିକ୍ରମା ପ୍ରକଳ୍ପ ବୁଲିବେ ହଜାର ହଜାର ଶ୍ରଦ୍ଧାଳୁ; ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ସାଉଁଟିବେ ଦିବ୍ୟ ଅନୁଭୂତି

ପୁରୀ: ପରିକ୍ରମା ପ୍ରକଳ୍ପ ବୁଲିବେ ହଜାର ହଜାର ଶ୍ରଦ୍ଧାଳୁ । ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ଓଡ଼ିଶାର ଭକ୍ତ । ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ଆସିବେ । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ଆଜି ପୁରୀ ଆସିବେ ।

ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯିବ । ସମସ୍ତ ବସ୍ ଆସି ପୁରୀ ସ୍ଥିତ ସଙ୍ଗମ ପାର୍କିଂରେ ଲାଗିବ । ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ । ଏହା ସହ ପରିକ୍ରମା ପ୍ରକଳ୍ପରେ ବୁଲିବେ ଭକ୍ତ । ଭକ୍ତଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ । ଆଜି ପ୍ରଥମ ଦିନରେ ୫୦୦ଟି ବସରେ ଭକ୍ତ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।

parikrama project

ଜାନୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ (Shreemandir Parikrama Project Inauguration) ହୋଇଥିଲା । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀ ଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ (arpan ratha) । ପ୍ରତ୍ୟକ ଘରୁ ମହାପ୍ରଭୁଙ୍କ (lord Jagannath) ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଗୁଆ ଓ ଅକ୍ଷତ। ସେତେବେଳେ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପରିକ୍ରମା ପ୍ରକଳ୍ପ ପରିଭ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ନୋଡାଲ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+