ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଦୀପ ଜାଳି, ଶଙ୍ଖ ଫୁଙ୍କି ମହାପ୍ରଭୁଙ୍କୁ ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ପବିତ୍ର ମହାଯଜ୍ଞ । ଯଜ୍ଞ ସ୍ଥଳରେ ଅଙ୍କୁର ପୂଜା, ମଣ୍ଡଳ ଓ ଧ୍ବଜା ସ୍ଥାପନ ଆଦି ସମାପନ ସହିତ ସୂର୍ଯ୍ୟ ପୂଜା, ଆରତୀ ଓ ପୁଷ୍ପାଞ୍ଜଳି ଆଦି ସମାପନ ହୋଇଛି ।

୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହାକୁ ନେଇ ଚଳଚଞ୍ଚଳରେ ହୋଇ ଉଠିଛି ସାରା ଓଡ଼ିଶା । ଯଜ୍ଞ ମଣ୍ଡପ ସହ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଚାରିଆଡେ କେବଳ "ଜୟ ଜଗନ୍ନାଥ" ଧ୍ୱନି ଗୁଞ୍ଜରିତ ହେଉଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ଯବାସୀଙ୍କ ଉଦ୍ଦେଶ୍ଯରେ ବାର୍ତ୍ତା ଜାରି କରିଛନ୍ତି । ଏହି ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଘରେ ଘରେ ଦୀପ ଜାଳି, ଶଙ୍ଖ ଫୁଙ୍କି ପାଳିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen patnaik

ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ 'ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ'।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର' ଲେଖାଯାଇଛି । ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ଏହି ଲୋକାର୍ପଣ ପଥର ଫଳକ ରହିଛି । ତେବେ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ସେପଟେ ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲିକୁ ସୁସଜ୍ଜିତ କରାଯାଇଛି । ବଡ଼ଦାଣ୍ଡରେ ଏକରଙ୍ଗୀ କୋଠା, ଆଖି ଝଲସାଇବା ଦେବାଭଳି ଆଲୋକୀକରଣ, ରାସ୍ତାଘାଟ, କାନ୍ଥ ଓ ପ୍ରାଚୀରେ ରଙ୍ଗ ବେରଙ୍ଗର ଚିତ୍ର ସବୁ ଅଙ୍କାଯାଇଛି ।

ପୁରୀ ଆସିବା ପାଇଁ ଶ୍ରଦ୍ଧାଳୁ ମାନେ ପ୍ରସ୍ତୁତ ହୋଇସାରିଛନ୍ତି। ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ କାଲିଠାରୁ 'ଜଗନ୍ନାଥ ଏକ୍ସପ୍ରେସ' ବସ୍ ଚଳାଚଳ କରିବ। ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଏହି 'ଜଗନ୍ନାଥ ଏକ୍ସପ୍ରେସ' ବସ୍। ଏହା ଦ୍ୱାରା ଭକ୍ତର ଜଗା ଦର୍ଶନ ଇଚ୍ଛା ହେଲେ ସେ ସୁବିଧାରେ ଆସି ପୁରୀରେ ପହଞ୍ଚି ପାରିବେ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+