ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ; ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ପାଇଁ କଣ ସବୁ ସୁବିଧା ଅଛି ଜାଣନ୍ତୁ

ସାରା ରାଜ୍ୟରେ ଭକ୍ତିମୟ ପରିବେଶ । ସବୁଠୁ ଶୁଭୁଛି ଜୟ ଜଗନ୍ନାଥ । ଗାଁରୁ ସହର କେବଳ କାଳିଆ ଆଉ କାଳିଆ । ଭାବ ଭକ୍ତିରେ ସଜେଇ ହୋଇଛି ବଡ଼ଦାଣ୍ଡ ।

ପୁରୀର ମାହାତ୍ମ୍ୟ ଅନନ୍ୟ । ଭକ୍ତ ଓ ଭଗବାନ, ପୁର ଓ ପଲ୍ଲବ ହୁଅନ୍ତି ଏଠି ଏକତ୍ର । ତେଣୁ ଏହାର ନାମ ଶ୍ରୀକ୍ଷେତ୍ର । ବିଶ୍ଵ ମାନଚିତ୍ରରେ ପୁରୀର ସ୍ଥାନ ସ୍ଵତନ୍ତ୍ର । ମହୋଦଧ୍ୟରେ ସ୍ନାନସାରି ମହାପ୍ରଭୁଙ୍କ ଦର୍ଶନ କରି ପବିତ୍ର ହୁଅନ୍ତି ଭକ୍ତ । ମହାପ୍ରସାଦ ସେବନ ପରେ ପ୍ରିୟଜନଙ୍କ ପାଇଁ ମନପସନ୍ଦର ସାମଗ୍ରୀ କିଣିବା ପାଇଁ ଆଗ୍ରହ କରନ୍ତି ଭକ୍ତ । ପୂର୍ବରୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ମନପାଇଲା ଭଳି ପୁରୀର ସ୍ଥାନୀୟ ସାମଗ୍ରୀ ଉପଲବ୍ଧ ଥିଲା । କିନ୍ତୁ ସେମାନଙ୍କ ମନକୁ ଛୁଇଁଲା ଭଳି ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର ପରିବେଶ ସଂପନ୍ନ ମାର୍କେଟଟିଏ ନଥିଲା ପୁରୀରେ ।

ଏହାକୁ ହୃଦୟଙ୍ଗମ କରି 'ଅବଢ଼ା' ଯୋଜନା ଅଧ୍ଵନରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନର୍ମାଣ କରିଛନ୍ତି । ଏଥ‌ିରେ ପାଖାପାଖୁ ଏକ ହଜାର ଦୋକାନ ରହିବ । ପାକିଂ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶୌଚାଳୟ, ସିସିଟିଭି ମନ୍ଦୋବସ୍ତ ଓ ଲିଫ୍ଟ ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ସବୁଜିମା ସୃଷ୍ଟି ଫଳରେ ଏଗୁଡ଼ିକର ସୌନ୍ଦର୍ଯ୍ୟକରଣକୁ ସୁନିଶ୍ଚିତ କରାଯାଇଛି ।

Shree mandir parikrama project

ପୌରପାଳିକା ମାର୍କେଟ କମ୍ପ୍ଲେକ
ଶ୍ରୀକ୍ଷେତ୍ରର ମଧ୍ୟସ୍ଥଳରେ ଥ‌ିବା ଏହି ପୁରାତନ ମାର୍କେଟ ଅବ୍ୟବସ୍ଥିତ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବିକ୍ରିବଟା ହେଉଥ‌ିବାରୁ ବାହାରୁ ଆସୁଥ‌ିବା ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିବାରେ ଅସମର୍ଥ ଥିଲା । ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ପୁରୁଣା ମାର୍କେଟ ଓ କୋଠାଗୁଡ଼ିକୁ ଭାଙ୍ଗି ଏହି ସ୍ଥାନରେ ୪୮.୮୨ କୋଟି ଟଙ୍କା ବ୍ୟୟରେ ସମସ୍ତ ସୁବିଧାସଂପନ୍ନ ଏକ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି ।

ଏହି ପାଞ୍ଚ ତାଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ୫୦୦ଟି ଦୋକାନ ଘର ରହିଛି । ପୂର୍ବରୁ ଏହି ସ୍ଥାନରେ ଦୋକାନ କରିଥିବା ବ୍ୟବସାୟୀଙ୍କ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବ୍ୟବସାୟ କରୁଥିବା ବିସ୍ଥାପିତ ଦୋକାନୀଙ୍କୁ ମଧ୍ଯ ଏଠି ଥଇଥାନ କରାଯାଇଛି । ଏଠାରେ ମଧ୍ୟ ୫୦ରୁ ଊର୍ଦ୍ଧ୍ଵ ଚାରିଚକିଆ ଯାନ ଏବଂ ଶହେରୁ ଊର୍ଦ୍ଧ୍ବ ଦୁଇଚକିଆ ଯାନ ଏକକାଳୀନ ରହିଲା ଭଳି ପାକିଂ ବ୍ୟବସ୍ଥା କରାଯାଇଛି । ଏ ସମସ୍ତ ସୁବିଧା ଯୋଗାଇ ଦେଇଥ‌ିବା ହେତୁ ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

ମହୋଦଧୂ ମାର୍କେଟ କମ୍ପ୍ଲେକ୍ସ
ମୋଚିସାହିରେ ମାତ୍ର ୬୦ଟି ଦୋକାନକୁ ନେଇ ଏକ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ମହୋଦ ମାର୍କେଟ ଚାଲିଥିଲା । ତେଣୁ ଏହା ମଧ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଅକ୍ଷମ ଥିଲା । ରାଜ୍ୟ ସରକାର ଏହାର କାୟା ପରିବର୍ତ୍ତନ କରି ପ୍ରାୟ ୪୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି । ଏଠାରେ ୧୨ ବର୍ଗ ମିଟର ଆୟତନବିଶିଷ୍ଟ ୧୫୧ଟି ସ୍ୱତନ୍ତ୍ର ଦୋକାନଘର ରହିଛି । ୧୦୦ରୁ ଉର୍ଦ୍ଧ୍ଵ ଚାରିଚକିଆ ଯାନ ପାଇଁ ପାକିଂ ବ୍ୟବସ୍ଥା କରାଯାଇଛି । କେବଳ ପାକିଂ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସବୁଠି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ନାମୀଦାମୀ ମଲ୍‌କୁ ଗ୍ରାହକମାନେ ଯେପରି ଆଗ୍ରହୀ ହୋଇ ଯାଉଛନ୍ତି, ଅନୁରୂପ ଭାବରେ ମଧ୍ୟ ମହୋଦଧୂ ମାର୍କେଟ କମ୍ପ୍ଲେକ୍ସ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୁରୀର ପ୍ରଥମ ଭେଣ୍ଡିଂ ଜୋନ
ବଡ଼ଦାଣ୍ଡରେ ଅନେକ ବର୍ଷଧରି ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀମାନଙ୍କ ପାଇଁ ରାଜ୍ୟ ସରକାର ପୁରୀରେ ପ୍ରଥମ ଭେଣ୍ଡିଂ ଜୋନ ନିର୍ମାଣ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପାକିଂ ପରିସରରେ ନିର୍ମିତ ଏହି ଭେଣ୍ଡିଂ ଜୋନ୍‌ରେ ଏକ ହଜାରରୁ ଊର୍ଦ୍ଧ୍ଵ ଉଠା ଦୋକାନୀଙ୍କୁ ଥଇଥାନ କରାଯାଇଛି । ପୂର୍ବରୁ ଉଠାଦୋକାନୀମାନେ ବଡ଼ଦାଣ୍ଡରେ ଇତସ୍ତତଃ ବସୁଥ‌ିବାରୁ ଟ୍ରାଫିକ୍ ସମସ୍ୟା ଉପୁକୁ ଥିଲା । ଦୋକାନଗୁଡ଼ିକର ସମୁଦାୟ ପରିବେଶ ଅସ୍ୱାସ୍ଥ୍ୟକର ଓ ଅସୁନ୍ଦର ଥିଲା । ଏବେ ଏ ସମସ୍ୟା ଦୂର ହେବ । ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ଭେଣ୍ଡିଂଜୋନ୍‌ରେ ଅନ୍ତର୍ଭୁକ୍ତ ଦୋକାନୀମାନେ ମଧ୍ୟ ଖୁସି ହେବେ । ସମଗ୍ର ବଜାର ପରିବେଶରେ ଶୃଙ୍ଖଳା ଓ ସ୍ଵଚ୍ଛତା ବଜାୟ ରହିବ ।

ଜେଲ ରୋଡ଼ ମାର୍କେଟ କମ୍ପ୍ଲେକ
ପୂର୍ବରୁ ପୁରୀ ସହରର ଏକ ପ୍ରମୁଖ ସମସ୍ୟା ଥିଲା ପାକିଂ ବ୍ୟବସ୍ଥା । ଭକ୍ତଙ୍କୁ ଯାନ ରଖୁବା ପାଇଁ ନାହିଁ ନଥ‌ିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଜେଲ୍ ରୋଡ୍ରେ ଏକ ବହୁତଳ ପାକିଂ କୋଠା ନିର୍ମାଣ କରିଛନ୍ତି । ୩.୫ ଏକର ଜମିରେ ନିର୍ମିତ ଏହି ଚାରି ତାଲା ବିଶିଷ୍ଟ କୋଠାରେ ପାଖାପାଖୁ ୫୦୦ଟି ଚାରିଚକିଆ ଯାନ ଏବଂ ୫୦୦ଟି ଦୁଇଚକିଆ ଯାନ ରହିପାରିବ । ପାକିଂ ସହିତ ଏଠାରେ ଅତ୍ୟାଧୁନିକ ସୁବିଧାସଂପନ୍ନ ୩୫୦ଟି ଦୋକାନ ନିର୍ମାଣ କରାଯାଇଛି । ଘରକୁ ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତମାନେ ମନପସନ୍ଦର ସାମଗ୍ରୀ ଏଠାରୁ କ୍ରୟ କରିପାରିବେ ।

ବିସ୍ଥାପିତ ଦୋକାନୀମାନଙ୍କୁ ଗୃହ ଆବଣ୍ଟନ ବାବଦରେ ସବିଶେଷ ତଥ୍ୟ ସମ୍ମଳିତ ଏସ୍ଓପି ପ୍ରସ୍ତୁତ କରାଯାଇଛି । ଏହି ଏସ୍ଓପିରେ ପୂର୍ବରୁ କେଉଁ ବ୍ୟକ୍ତିଙ୍କର କେତେ ଜାଗାଥିଲା, କେତୋଟି ଦୋକାନ ଥୁଲା, ଘରଗୁଡ଼ିକ କେଉଁ ଅବସ୍ଥାରେ ଥିଲା, କେଉଁ ତାରିଖରେ ଭଙ୍ଗା ଯାଇଥିଲା ଇତ୍ୟାଦି ପ୍ରସଙ୍ଗରେ ତଥ୍ୟ ରହିଛି । ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ଏହି ଏସ୍ଓପି ଅନୁଯାୟୀ ଦୋକାନଘରଗୁଡ଼ିକ ସ୍ୱଚ୍ଛତାର ସହିତ ଆବଣ୍ଟନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+