Shree Mandir: ଆଜି ଦ୍ବିତୀୟ ଦିନରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବୈଷୟିକ ସର୍ଭେ

ଆଜି ଦ୍ବିତୀୟ ଦିନରେ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବୈଷୟିକ ସର୍ଭେ । ଜିପିଆର୍ ସର୍ଭେର ଦ୍ଵିତୀୟ ଦିନରେ ଭିତର ଓ ବାହାର ରତ୍ନ ଭଣ୍ଡାର ବିଷୟରେ ଅଧିକା ଡାଟା ଜେନେରେଟ କରିବ ଏନ୍ ଜି ଆର୍ ଆଇ ଟିମ। ରତ୍ନଭଣ୍ଡାର ଚଟାଣ କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ ଜି ପି ଆର୍ ସିଷ୍ଟମ। ଅସୁରକ୍ଷିତ ରତ୍ନ ଭଣ୍ଡାରର ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ଯାଞ୍ଚ ଉପରେ ଗୁରୁତ୍ଵ। ଆସନ୍ତାକାଲି ତିନିଦିନିଆ ସର୍ଭେ ସରିବା ପରେ ୧୦ ଦିନ ମଧ୍ୟରେ ଆସିବ ଚୂଡାନ୍ତ ରିପୋର୍ଟ ଅର୍ଥାତ୍ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ରତ୍ନ ଭଣ୍ଡାର ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟରୁ ପରଦା ହଟିବ।

ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନ ତନ୍ନ କରି ଭିତର ଓ ବାହାର ରତ୍ନ ଭଣ୍ଡାରରେ ଯାଞ୍ଚ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ। ୩ ଜଣିଆ ଏନ୍ ଜି ଆର୍ ଆଇ ବୈଜ୍ଞାନିକ, ୩ ଜଣିଆ ଏ ଏସ ଆଇ ବୈଷୟିକ ବିଶେଷଜ୍ଞ ଟିମ୍ ରତ୍ନ ଭଣ୍ଡାର ଭିତର ଓ ବାହାର ରତ୍ନ ଭଣ୍ଡାର ସ୍ଥିତି ବିଷୟରେ ରେଡିଓ ଆକ୍ଟିଭ ୱେଭ ମାଧ୍ୟମରେ ଅଧିକ ତଥ୍ୟ ଯୋଗାଡ କରିପାରିଛି। ଏହି ଆଧାରରେ ହେବ ରତ୍ନ ଭଣ୍ଡାର ମରାମତି।

Shree Mandir

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ। ରତ୍ନଭଣ୍ଡାର ମାଟିତଳେ ଓ କାନ୍ଥ ପଛପଟେ କଣକଣ ସବୁ ଅଛି ସେନେଇ ଜିପିଆର ସର୍ଭେ ସ୍ପଷ୍ଟ କରିବ ।

ତିନିଦିନ ଧରି ଏଏସାଇ ଟିମ୍ ସଦସ୍ୟଙ୍କ ସମେତ CSIR_NGRI ବିଶିଷ୍ଟ ବୈଞ୍ୟାନିକ ଓ ଭୂତତ୍ୱବିଦ୍,ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ସମୁଦାୟ 15 ରୁ 16 ଜଣ ଭିତର ରତ୍ନଭଣ୍ଡାର ଯାଇ ବୈଷୟିକ ସର୍ଭେ କରିବେ ।

23 ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବାକୁ ଥିବାରୁ ଅପରାହ୍ନ 1ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବା ବେଳେ ଟିମ୍ ର ସମସ୍ତ ସଦସ୍ୟ ଦିନ 2ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ କରିବେ । ଯେହେତୁ 24 ତାରିଖରୁ ଷୋଳପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସେଥିପାଇଁ ଏହା ପୂର୍ବରୁ ବୈଷୟିକ ସର୍ଭେ ଶେଷ କରାବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଳେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ତେବେ ଗତ 18 ତାରିଖରେ ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଲେଜର୍ ସ୍କାନିଂ କରାଯାଇଛି । ଏହାସହ ଫିଜିକାଲ୍ ଯାଞ୍ଚ ସହ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ମଧ୍ୟ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+