ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ; ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା

ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ । ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା । ନୀତିକାନ୍ତିଙ୍କୁ ପ୍ରଭାବିତ ନ କରି ମରାମତି ପାଇଁ ବିଚାରବିମର୍ଶ ।

ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ, ଜାନୁଆରୀ ୧୩ରେ ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ଏବଂ ୧୪ରେ ମକର ସଂକ୍ରାନ୍ତି ହେବ। ଏ ସଂକ୍ରାନ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି ଅସୁବିଧା ନହେବ ସେନେଇ ଆଲୋଚନା ହେବ।

shree mandir

ଆସନ୍ତା 16 ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ଆସନ୍ତା 1 ମାସ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଏବଂ ବର୍ତ୍ତମାନ ଡିସେମ୍ବର ଶେଷ ହେବାକୁ ବସିଥିବା ବେଳେ ନୂଆବର୍ଷରେ ଭକ୍ତଙ୍କ ଗହଳି ହେବା ନେଇ ଆଶା କରାଯାଉଛି । ଏଭଳି ସ୍ଥିତିରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏକପ୍ରକାର ଚାଲେଞ୍ଜ ଅଟେ । ଡିସେମ୍ବର 31 ତାରିଖ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । ଏହାସହିତ ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ ହୋଇଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+