ଶ୍ରୀମନ୍ଦିରରେ ହୋଇପାରିଲାନି ଧାଡ଼ି ଦର୍ଶନ, ଉପର ସ୍ତରରେ ଅନୁମୋଦନକୁ ଅପେକ୍ଷା
ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ସେପ୍ଟେମ୍ବର ୧୫ ତାରିଖଠାରୁ ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ । ହେଲେ ୧୫ ତାରିଖ ବିତିଥିଲେ ବି ଧାଡ଼ି ଦର୍ଶନ ଆରମ୍ଭ ହୋଇପାରିଲାନି । ଆସନ୍ତା ୭ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ତା ସହ ପୁରୀରେ ପର୍ଯ୍ୟଟନ ଋତୁ ପାଇଁ ପର୍ଯ୍ୟଟକଙ୍କ ଗହଳି ମଧ୍ୟ ଜମିବ । ଏଣୁ ଏହା ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ନ ହେଲେ ଏହାକୁ ପରେ କାର୍ଯ୍ୟକାରୀ କରିବାରେ ଚାଲେଞ୍ଜ ସୃଷ୍ଟି ହେବ । ଭିଡ଼ ସମୟରେ ବ୍ୟାରିକେଡ୍ ଲଗାଇବା କଷ୍ଟକର ହୋଇଯିବ । ଏଣୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆହୁରି ବିଳମ୍ବରେ କାର୍ଯ୍ୟକାରୀ ହେବ ।

ନାଟ ମଣ୍ଡପରେ ୬ଥାକିଆ ବ୍ୟାରିକେଡ୍ ପକାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ପରିଚାଳନା କମିଟି ପ୍ରଥମ ବୈଠକରେ ସୁପାରିସ ପ୍ରଦାନ କରିଛି । ନାଟ ମଣ୍ଡପରେ ଥିବା ହୁଣ୍ଡି ହଟାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥାନ୍ତା । ପରିଚାଳନା କମିଟି ସୁପାରିସ ଆଇନ ବିଭାଗକୁ ପଠାଯାଇଛି ହେଲେ ଏହାର ଚୂଡ଼ାନ୍ତ ଅନୁମୋଦନ ହୋଇପାରିନଥିବାରୁ ବ୍ୟବସ୍ଥା ଅଟକି ରହିଛି । ଏହି ସୁପାରିସ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନାଟ ମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତର ହେବ। ଏହା ପରେ ନାଟମଣ୍ଡପରେ ଧାଡ଼ି ଦର୍ଶନ ଲାଗୁ ହେବ । ହେଲେ ଏହି ଅନୁମୋଦନ ମିଳିନି । ହୁଣ୍ଡି ସ୍ଥାନାନ୍ତର ପାଇଁ କ୍ୟାବିନେଟ୍ରେ ଅନୁମୋଦନ ଆବଶ୍ୟକ ବୋଲି କୁହାଯାଉଛି । ବର୍ତ୍ତମାନସୁଦ୍ଧା ଅନୁମୋଦନ ପ୍ରକ୍ରିୟା ଶେଷ ହୋଇନଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି ।
ସୂଚନାଥାଉକି, ନାଟ ମଣ୍ଡପରେ ୬ ଥାକିଆ ବ୍ୟାରିକେଡ କରାଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ସହଜ କରିବାକୁ ଯୋଜନା ପ୍ରସ୍ତୁତି ହୋଇଛି । ଏଥିପାଇଁ ଓବିସିସିକୁ ୧ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ଓବିସିସି ବ୍ୟାରିକେଡ୍ ଆଣି ରଖିଛି । ହେଲେ ଅନୁମୋଦନ ନଥିବାରୁ ଏହାକୁ ଲଗାଯାଇପାରିନି । ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସମୁଦାୟ ୬ଟି ଧାଡ଼ି ରହିବ । ସେଥିରୁ ୩ଟି ମହିଳା, ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ପାଇଁ ଉତ୍ସର୍ଗୀକୃତ ରହିବ । ଅନ୍ୟ ୩ ଧାଡ଼ିରେ ସାଧାରଣ ଲୋକ ଯାତାୟାତ କରିପାରିବେ । ଗୋଟିଏ ଦଫାରେ ୨୦୦ରୁ ୩୦୦ ଲୋକ ଧାଡ଼ିରେ ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିପାରିବେ । ଏହାର ସମ୍ମୁଖ ଭାଗ ନିଚ୍ଚା ଓ ପଛ ପାଶ୍ୱର୍ ଭାଗ ଉଚ୍ଚା ରହିବ । ଏଣୁ ଆଗରେ ହେଉ କି ପଛରେ କୌଣସି ବି ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହେବେନି ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications