ଚାଲିଛି ହୋମଯଜ୍ଞ; ପଣ୍ଡିତ ପଢୁଛନ୍ତି ବେଦପାଠ, ବିଶ୍ବ ଦେଖୁଛି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଚାଲିଛି ହୋମଯଜ୍ଞ । ପଣ୍ଡିତ ପଢୁଛନ୍ତି ବେଦପାଠ । ସବୁଠି ଶୁଭୁଛି ଜୟ ଜଗନ୍ନାଥ । ଭକ୍ତି ଭାବନା ଓ ଆଧ୍ୟାତ୍ମିକତାରେ ସାରା ସହର ଏବେ ଝୁମୁଛି । ଭକ୍ତି ଓ ଭାବରେ ଗଦଗଦ ହୋଇ ପଡ଼ୁଛନ୍ତି ଭକ୍ତମଣ୍ଡଳୀ ।

ପରିକ୍ରମା ମାର୍ଗ, ଶ୍ରୀମାର୍ଗ, ଶ୍ରୀସେତୁ, ପିଲିଗ୍ରୀମ୍‌ ସେଣ୍ଟର, ବଡ଼ଦାଣ୍ଡ, ଅଠରନଳା, ସ୍ୱର୍ଗଦ୍ୱାର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରଭୃତି ସହରର ସମସ୍ତ ସ୍ଥାନ ରଙ୍ଗିନ୍‌ ଆଲୋକମାଳାରେ ଝଲମଲ କରୁଛି । ପରିକ୍ରମା ମାର୍ଗରେ ବିଭିନ୍ନ ପ୍ରକାର ଚିତ୍ରକଳା କଳାକାରମାନଙ୍କ ଦ୍ୱାରା ହୋଇଯାଇଛି ।ବଡ଼ଦାଣ୍ଡ ମାର୍କେଟ ଛକରେ ସନ୍ଧ୍ୟା ହେଲେ ଲେଜର ଶୋ ମାଧ୍ୟମରେ କାଞ୍ଚି ଅଭିଯାନ କଥାବସ୍ତୁ ପ୍ରଦର୍ଶିତ ହେଉଛି ।

ବଡ଼ଦାଣ୍ଡରେ ଭକ୍ତ ଖୋଲା ମନରେ ବେଶ ଆବେଗର ସହ କହୁଛି ଜୟ ଜଗନ୍ନାଥ । ଛୋଟବଡ଼, ଜାତି ଅଜାତିର ଭାବନା ନାହିଁ । ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ କରି ପରିକ୍ରମାମୁହାଁ ହେଉଛି । ମହାଯଜ୍ଞର ପୂର୍ଣ୍ଣାହୂତି ସହ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଆଉ ସାଢେ ଚାରି କୋଟି ଓଡିଶାବାସୀ ଏହି ଶୁଭ ମୁହୁର୍ତ୍ତକୁ ଅନାଇ ରହିଛନ୍ତି ।

shree_mandir

ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ । ଲୋକାପର୍ଣ କରିବେ । ଦିନ ୧.୨୦ ମିନିଟରେ ଉଦଘାଟନ ହେବ । ପୁରୀରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ସବୁଠି ଭଜନ କୀର୍ତ୍ତନରେ ଭକ୍ତିମୟ ପରିବେଶ । ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ ।

ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବେ । ଗଜପତି ମହାରାଜାଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା। ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସେହିପରି ସନ୍ଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ଯାହା କାଞ୍ଚି ଅଭିଯାନର କଥା କହିବ ।

ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା କିପରି ରହିବ ତାହାର ବ୍ଲୁପ୍ରିଣ୍ଟ ପୁଲିସ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୮୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ୪ ବୋମା ନିଷ୍କ୍ରିୟକାରୀ ଦଳ ଓ ୨୦୦ ସୁପରଭାଇଜିଂ ଅଫିସରମାନଙ୍କୁ ମୁତୟନ କରାଯାଇଛି । ନିଜେ ଏସ୍‌ପି ଏବଂ ଆଇଜି ସମସ୍ତ ବ୍ୟବସ୍ଥାକୁ ଠିକ୍‌ ଭାବେ ପରିଚାଳନା କରୁଛନ୍ତି ।

ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦେଶ, ବିଦେଶ ଓ ରାଜ୍ୟ ଭିତରୁ ହଜାରେରୁ ଅଧିକ ଅତିଥି ନିମନ୍ତ୍ରିତ ହୋଇ ଆସୁଛନ୍ତି । ବିଦେଶରୁ ପ୍ରାୟ ୫୬ ଜଣ ନିମନ୍ତ୍ରିତ ଅତିଥି ଆସୁଛନ୍ତି । ରାଜ୍ୟ ବାହାରୁ ୧୦୦ ଜଣ, ରାଜ୍ୟ ଭିତରୁ ୧୬୫ ଜଣ ନିମନ୍ତ୍ରିତ ଅତିଥି ଆସୁଛନ୍ତି ।

ସମସ୍ତ ଅତିଥିଙ୍କ ନିମନ୍ତେ ରହଣି ସ୍ଥାନରେ ଖାଦ୍ୟ ସକାଳ ଜଳଖିଆ ମିଳିବ ଓ ମଧ୍ୟାହ୍ନ ଭୋଜନରେ ମହାପ୍ରସାଦ ମିଳିବ । ପ୍ରାୟ ୩ ହଜାର ଅତିଥିଙ୍କ ନିମନ୍ତେ ବୁଧବାର ମହାପ୍ରସାଦ ବରାଦି ହୋଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+