ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପ୍ରଥମ ପର୍ବ: ରଥଯାତ୍ରା ପାଇଁ ରଥକାଠ ହେବ ଅନୁକୂଳ

ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତୀର ଆଜି ହେଉଛି ପ୍ରଥମ ପର୍ବ ।

ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି। ଆଜି ସୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାଥନା କରାଯିବ।

shree mandir news

ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ୟ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷର ୫ ଖଣ୍ଡ କାଠ ବଳକା ରହିଛି। ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଦରକାର। ପ୍ରଥମ ପର୍ୟ୍ୟାୟରେ ୩ଟି ଟ୍ରକ୍ ଯୋଗେ ୧୦୧ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+