ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ହେବ ଅନ୍ନକ୍ଷେତ୍ର: ଅବଢ଼ା ଆଣି ଅନ୍ନକ୍ଷେତ୍ରରେ ସେବନ କରିବେ ଶ୍ରଦ୍ଧାଳୁ
ଶ୍ରୀମନ୍ଦିର ଉତ୍ତରଦ୍ବାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର । ଆନନ୍ଦବଜାରରୁ ମହାପ୍ରସାଦ ଆଣି ଉତ୍ତର ଦ୍ବାର ବାହାରେ ହେବାକୁ ଥିବା ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହା ସହ ଗଜପତି ମହାରାଜା କହିଛନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରାଯିବ। ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀର ହେବ ଉନ୍ନତିକରଣ।

ନିର୍ମାଣଧୀନ ସମସ୍ତ କାମକୁ ଶୀଘ୍ର ଶେଷ କରିବା ନେଇ ବୈଠକରେ ନିଷ୍ପତି ହୋଇଛି। ଅଧାପନ୍ତରିଆ ପ୍ରକଳ୍ପ ସମେତ ବିଭିନ୍ନ ମଠର ପୁନରୁଦ୍ଧାର, ଯଜ୍ଞ ସ୍ଥଳୀ, ପ୍ରବଚନ କେନ୍ଦ୍ରର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ଗୁଡିକର କାର୍ଯ୍ୟ ଶେଷ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଯୋଗାଇଦେବା ନେଇ ଆଜିର ବୈଠକରେ ନିଷ୍ପତି ନିଆଯାଇଛି। ବିଶେଷ କରି ଭକ୍ତ ମାନଙ୍କ ସୁବିଧା ପାଇଁ ହେବାକୁ ଥିବା ଅନ୍ନକ୍ଷେତ୍ରକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।
ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ଅନୁମୋଦନ ମିଳିସାରିଥିବାବେଳେ, ୨୦୨୬ ରଥଯାତ୍ରା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ନେଇ ଲକ୍ଷ୍ୟ ରଖାଯାଇଛି












Click it and Unblock the Notifications